28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକଶ୍ମୀରରେ ଆତଙ୍କବାଦୀ ହମଲା, ୩ ଯବାନ୍ ସହିଦ

କଶ୍ମୀରରେ ଆତଙ୍କବାଦୀ ହମଲା, ୩ ଯବାନ୍ ସହିଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ସୋପୁର ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ୩ ସିଆରପିଏଫର ଯବାନ୍ ସହିଦ ହୋଇଥିଲା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ନିକଟବର୍ତ୍ତୀ ଏସଡିଏଚ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସି ଅଭିଯାନ ଜାରି ରହିଛି। ଏହି ୩ ଜଣ ଯବାନ ହେଉଛନ୍ତି, ହେଡ୍ କନ୍‌ଷ୍ଟେବଲ୍ ରାଜୀବ ଶର୍ମା, କନ୍‌ଷ୍ଟେବଲ୍ ଖରାଡେ ଏବଂ କନ୍‌ଷ୍ଟେବଲ୍ ସତପାଲ। ଅନ୍ୟପକ୍ଷରେ ହେଡ୍ କନ୍‌ଷ୍ଟେବଲ୍ ଏମ୍‌ସି ଘୋଷ ଏବଂ ଜାଭେଦ୍ ଏଥିରେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ସିଆରପିଏଫ୍ ଏବଂ ପୁଲିସ୍‌ର ମିଳିତ ଟିମ୍ ପରେ ନୂରବାଗ୍‌ଠାରେ ମିଳିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଗୁରୁତର ଆହତମାନଙ୍କୁ ତୁରନ୍ତ ଏସ୍‌ଡିଏଚ୍ ହସ୍ପିଟାଲ ନିଆଯାଇଥିଲା। ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ଏହାପରେ ଆଉ ଜଣେ ଯବାନ ସହିଦ୍ ହୋଇଥିବା ସୂଚନା ଆସିଥିଲା। ଏହି ଘଟଣା ପରେ କର୍ଡନ୍ କରି ସର୍ଚ୍ଚ ଅପରେସନ୍ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking