ଜମ୍ମୁ-କଶ୍ମୀରରେ ଆତଙ୍କୀ ହମ୍‌ଲା : ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର : କଶ୍ମୀର ଘାଟିର ବାରମୁଳାରେ ଆତଙ୍କବାଦୀମାନେ ସିଆର୍‌ଫିଏଫ୍ ଟିମ୍ ଉପରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୪ଜଣ ଯବାନଙ୍କ ସମେତ ଜଣେ ନାଗରିକ ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ରାଷ୍ଟ୍ରୀୟ ରାଇଫଲ୍ସ, ଜମ୍ମୁ-କଶ୍ମୀର ପୁଲିସର ଏସ୍‌ଓଜି ଓ ସିଆର୍‌ପିଏଫ୍ ଯବାନ ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଛନ୍ତି । ରାଜ୍ୟ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ଶୁକ୍ରବାର ସିଆର୍‌ପିଏଫ୍ ଟିମ୍ ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲା ଖାନାପୋରା ବ୍ରିଜ୍ ଉପରେ ଯାଉଥିବା ବେଳେ ଆତଙ୍କବାଦୀମାନେ ସିଆର୍‌ପିଏଫ୍ ପାର୍ଟି ଉପରକୁ ଗ୍ରେନଡ୍ ଫିଙ୍ଗି ଫେରାର୍ ହୋଇଯାଇଥିଲେ । ଏଥିରେ ସିଆର୍‌ପିଏଫ୍‌ର ୪ଜଣ ଯବାନ ଓ ଜଣେ ନାଗରିକ ଆହତ ହୋଇଥିଲେ ।

ଫେରାର୍ ଆତଙ୍କୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ସାରା ଅଞ୍ଚଳକୁ ଘେରାଉ କରି ତଲାସୀ ଅଭିଯାନ ଚଳାଇଛନ୍ତି । ସେହିପରି ଗୁରୁବାର ସାମ୍ବା ଜିଲ୍ଲାର ୩ଟି ସ୍ଥାନରେ ସନ୍ଦିଗ୍ଦ ପାକିସ୍ତାନୀ ଡ୍ରେନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ଏହି ଡ୍ରୋନ୍‌ଗୁଡ଼ିକୁ ରାତି ପ୍ରାୟ ସଢ଼େ ଆଠଟା ବେଳେ ବାରୀ-ବ୍ରାହ୍ମଣା, ଚିଲାଦ୍ୟା ଓ ଗଗୱାଲ୍ ଅଞ୍ଚଳରେ ଏକ ସମୟରେ ଉଡ଼ୁଥିବା ଦେଖିବାକୁ ମିଳିଥିଲା । ତେବେ ପାକିସ୍ତାନ ଆଡ଼କୁ ଫେରୁଥିବା ଏକ ଡ୍ରୋନ୍ ଉପରେ ଚିଲାଦ୍ୟା ନିକଟରେ ବିଏସ୍‌ଏଫ୍ ଯବାନମାନେ ଗୁଳିଚାଳନା କରିଥିଲେ । ଅନ୍ୟ ଦୁଇଟି ଡ୍ରୋନ୍ ବାରୀ-ବ୍ରାହ୍ମଣା ଓ ଜମ୍ମୁ-ପଠାଣକୋଟ ହାଇୱେ ଉପରେ ଉଡ଼ିବା ପରେ ଆକାଶରେ ଗାଏବ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here