28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସେନା କ୍ୟାମ୍ପ ଉପରେ ଆତଙ୍କୀ ହମଲା, ୩ ଯବାନ ଶହୀଦ

ସେନା କ୍ୟାମ୍ପ ଉପରେ ଆତଙ୍କୀ ହମଲା, ୩ ଯବାନ ଶହୀଦ

ଶ୍ରୀନଗର: ସୀମାରେ ପୁଣି ମୁହାଁମୁହିଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସେନା କ୍ୟାମ୍ପ ଉପରକୁ ଆତଙ୍କୀ ଆକ୍ରମଣ ହୋଇଛି । ରଜୌରୀ ଦାରହାଲ ଅଞ୍ଚଳର ୨୫ କିଲୋମିଟର ଦୂର ପାରଗାଲରେ କେହିଜଣେ ସେନା କ୍ୟାମ୍ପ ଉପରକୁ ଆକ୍ରମଣ କରିଛି । ଏଥିରେ ୩ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଯବାନ ଆହତ ହୋଇଛନ୍ତି । ସୁରକ୍ଷା ଯବାନଙ୍କ ପାଲଟା ଜବାବରେ ୨ ଆତଙ୍କୀ ମଧ୍ୟ ନିପାତ ହୋଇଛନ୍ତି । ବର୍ତ୍ତମାନ ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ସର୍ଚ୍ଚ ଅପରେସନ ଜୋରଦାର ହୋଇଥିବା ସୂଚନା ଦେଇଛନ୍ତି ଜମ୍ମୁ ଏଡିଜିପି ମୁକେଶ ସିଂହ । ପ୍ରକାଶ ଥାଉ କି, ଗତକାଲି (ବୁଧବାର) ବୁଡଗାମରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଥିଲା ।

ସୁରକ୍ଷା ବାହିନୀର ଗୁଳିରେ ଆତ୍ମଗୋପନ କରିଥିବା ସମସ୍ତ ୩ ଆତଙ୍କୀ ନିପାତ ହୋଇଥିଲେ । ବୁଡଗାମ ନିକଟବର୍ତ୍ତୀ ଆଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷାବଳ ଓ ସ୍ଥାନୀୟ ପୋଲିସର ଟିମ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ଓ ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାରୀ ସମେତ ୩ ଆତଙ୍କୀକୁ ସଫା କରିବାରେ ସଫଳ ହୋଇଥିଲା ସୁରକ୍ଷାବଳ । ନିହତ ଆତଙ୍କୀ ମଧ୍ୟରୁ ଲଥିପ ଲାଥର ନାମକ ଆତଙ୍କୀ ଏହି ହତ୍ୟାକାଣ୍ଡରେ ସାମିଲ ଥିଲା । ରାତି ରାତି ପାହୁ ପାହୁ ପୁଣି ସୀମାରେ ଆଜି ସୁରକ୍ଷାବଳ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବନିମୟ ହୋଇଛି । ସୀମାରେ ଚଳିତ ବର୍ଷ ୪୦ରୁ ଅଧିକ ଥର ଏନକାଉଣ୍ଟର ହୋଇଛି । ସେଥିରେ ୫୦ରୁ ଅଧିକ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହେଇଛି ସେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking