34.1 C
Bhubaneswar
Friday, March 29, 2024
Homeଓଡିଶାଦଶମ ଶ୍ରେଣୀ ପାଠ୍ୟ କ୍ରମରେ ସଡକ ସୁରକ୍ଷା ନେଇ ଦିଆଯିବ ଶିକ୍ଷା

ଦଶମ ଶ୍ରେଣୀ ପାଠ୍ୟ କ୍ରମରେ ସଡକ ସୁରକ୍ଷା ନେଇ ଦିଆଯିବ ଶିକ୍ଷା

ଭୁବନେଶ୍ୱର : ଏଣିକି ଦଶମ ଶ୍ରେଣୀ ପାଠ୍ୟ କ୍ରମରେ ପଢ଼ାଯିବ ସଡକ ସୁରକ୍ଷା ପାଠ। ଆଗାମୀ ଶିକ୍ଷା ବର୍ଷରୁ ଦଶମ ଶ୍ରେଣୀ ପାଠ୍ୟ କ୍ରମରେ ରଖାଯିବ ଏହି ବିଷୟ ବସ୍ତୁ । କେମିତି ବିଷୟ ବସ୍ତୁ ରଖାଯିବ ଗଣଶିକ୍ଷା ବିଭାଗ ନେବ ନିଷ୍ପତି  । ସୂଚନା ଦେଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା ।ଏହା ସହ ଗୁରୁତ୍ୱ ପୂର୍ଣ୍ଣ ଅଂଚଳରେ ସିସିଟିଭି ଲଗାଯିବ । ରାମେଶ୍ୱର ଚଣ୍ଡିଖୋଲ ରାସ୍ତାରେ ଲାଗୁହେବ ଆଇ ଏଚ ଏମ ଏସ । ଟ୍ରାଫିକ ସଚେତନତା ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ । ଦିନକୁ ଦିନ ହେଉଥିବା ସଡ଼କ ଦୁର୍ଘଟଣା ରୋକିବା ଦିଗରେ ସ୍କୁଲ ପିଲାଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି । ତେଣୁ ଦଶମ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ନେଇ ଆଜି ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା କରିବା ପରେ ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ରଖାଯିବା ନେଇ ନିଷ୍ପତି ନିଆଯାଇଛି ।
https://onakhabar.com/2020/01/29/jajpur-rape-case/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking