34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଉଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଭାରତର ବଢ଼ିଲା ଚିନ୍ତା

ଉଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି, ଭାରତର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ: ଶୁକ୍ରବାର ଆମେରିକାର ସେନାର ଏୟାର ଷ୍ଟ୍ରାଇକରେ ଇନାରନ ସେନାର ଜଣେ ପ୍ରମୁଖ କମାଣ୍ଡର କାସିମ ସୁଲେମନି ନିହତ ହେବା ପରେ ସେଠାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ବଢ଼ିଛି । ଏହାର ପ୍ରଭାବ ଆନ୍ତର୍ଜାତିକ ବଜାରରେ ପଡ଼ିବାର ସମ୍ଭାବନା ଢ଼େର ଅଧିକ । ଯଦି ଯୁଦ୍ଧ ହୁଏ ତେବେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଦେଖାଯିବ । ବିଶେଷ କରି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବାର ସମ୍ଭାବନା ଅଛି । ଏହାର ମୁଖ୍ୟ କାଣଣ ଇରାନ ଦେଇ ଅଶୌଧିତ ତୈଳ ସାରା ବିଶ୍ୱକୁ ଯାଉଛି । ଏବେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ ପିଛା ୩ ଡଲାର ବଢ଼ିଛି। ଗତକାଲି ବଜାର ବନ୍ଦ ହେବା ବେଳକୁ ବ୍ୟାରେଲ ପିଛା ତେଲ ୭୦ ଡଲାରରେ ପହଞ୍ଚିଥିଲା। ଆମେରିକା-ଇରାନ ମଧ୍ୟରେ ବିବାଦ ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ମଧ୍ୟ ୪୪ ପଇସା ଦୁର୍ବଳ ହୋଇଛି। ଏବେ ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୧.୮୧ ପଇସା।
ଯୁଦ୍ଧ ହେଲେ ଖାଲି ଅଶୌଧିତ ତେଲର ଦାମ ବଢ଼ିବନି ଏହାସହିତ ତେଲ ଆମଦାନୀରେ ମଧ୍ୟ ଅନେକ ବାଧା ଉପୁଜିବ। ଯାହାକି ଭାରତ ପାଇଁ ଡ଼ବଲ ଟେନସନ। ତେଣୁ ତେଲର ଦାମ ଏବେ ଦୁଇ ଗଣା ବଢ଼ିବ ବୋଲି ଆକଳନ କରାଯାଉଛି। ତେଲ ଦର ମହଙ୍ଗା ହେବା ପରେ ଏହାର ପ୍ରଭାବ ଘରୋଇ ବଜେଟ, ପରିବହନ ସେବା ଆଦି ସମସ୍ତ ଉପରେ ପଡ଼ିବ। ତେଣୁ ଏବେ ତେଲ ଦରକୁ ନିୟନ୍ତ୍ରଣ କରିବାକୁ ଯାଇ କେନ୍ଦ୍ର ସରକାରଙ୍କୁ ଅନେକ ପଦକ୍ଷେପ ନେବାକୁ ହେବ। ଯାହାକି ସରକାରଙ୍କ ପ୍ରସ୍ତାବିତ ଆଗାମୀ ଯୋଜନା ଉପରେ ପ୍ରଭାବ ପକାଇପାରେ। ମେଜର ଜେନେରାଲ ସୁଲେମାନୀଙ୍କ ମୃତ୍ୟୁ ଖବର ଆସିବା ପରେ ସେନସେକ୍ସ ଏବଂ ନିଫ୍ଟିରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି। ସେନସେକ୍ସ ୧୬୨ ଅଙ୍କ ଏବଂ ନିଫ୍ଟି ୫୫ ଅଙ୍କରେ ବନ୍ଦ ହୋଇଛି। ଏବେ ପୁଞ୍ଜିନିବେଶକାରୀ ସେୟାର ବଜାରରରୁ ସେୟାର ବାହାର କରିନେଇ ସୁନାରେ ନିବେଶ କରୁଛନ୍ତି। ଏହାର ପ୍ରଭାବରେ ଶୁକ୍ରବାର ସୁନାର ଦାମ ୭୫୨ ଟଙ୍କା ବଢ଼ି ଦିଲ୍ଲୀରେ ସୁନା ୧୦ ଗ୍ରାମ ପିଛା ୪୦,୬୫୨ ଟଙ୍କାରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking