ଶବ ବେବଛେଦକୁ ନେଇ ଦାନଗଦି ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ରରେ ଉତ୍ତେଜନା

ଯାଜପୁର  – ଯାଜପୁର ଜିଲ୍ଲା ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଦୁର୍ଘଟଣାଗ୍ରସ୍ତ ଶବ ସଂରକ୍ଷଣକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ! ସୂଚନା ଥାଉକି ଗତ ୨ ଦିନ ତଳେ କେନ୍ଦୁଝର ଜିଲ୍ଲା ଶାଳବଣି ନିକଟରେ ଏକ ଟ୍ରକ ଭାରସାମ୍ୟ ହରାଇ ସାମ୍ନାରେ ଯାଉଥିବା ଆଉ ଏକ ଟ୍ରକକୁ ପିଟିଥିଲା ! ଫଳରେ ଘଟଣାସ୍ଥଳରେ ଡ୍ରାଇଭର ଗୁରୁତ୍ତର ହୋଇପଡିଥିଲେ ! ସ୍ଥାନୀୟ ଆନନ୍ଦପୁର ଡ୍ରାଇଭର ମହାସଂଘର ସଦସ୍ୟମାନେ ପହଞ୍ଚି ଗୁରୁତ୍ତର ଚାଳକଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ! ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ତର ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ! କଟକ ଯିବା ରାସ୍ତାରେ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ଅତ୍ୟଧିକ ଗୁରୁତ୍ତର ହେବାରୁ ତାଙ୍କୁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଏବଂ ନିକଟସ୍ଥ ଦାନଗଦୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ ! ସେଠାରେ ଶବ ବ୍ୟବଛେଦ ହୋଇନପାରିବାରୁ ଶବକୁ ସଂରକ୍ଷଣ ପାଇଁ କୁହାଯାଇଥିଲା ! କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୀତଳ ସଂରକ୍ଷଣ ଯନ୍ତ୍ରାଂଶ ଖରାପ ହୋଇଥିବାରୁ ଶବକୁ ବାହାରେ ରଖିବାକୁ ନେଇ ଓଡିଶା ଡ୍ରାଇଭର ମହାସଂଘ ଓ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ! ଫଳରେ ଯାଜପୁର ରୋଡ ପୋଲିସ ପହଞ୍ଚି ବୁଝାସୁଝା କରିଥିଲେ ଏବଂ ପୋଲିସ ପ୍ରଶାସନ ତରଫରୁ ଶବ ନିମନ୍ତେ ବରଫ ଯୋଗାଇ ଦିଆଯାଇଥିଲା ! ମୃତ ଡ୍ରାଇଭର ଜଣକ ମୃତ ଶରତ କୁମାର ମହାନ୍ତି ତାଙ୍କ ଘର ଚମ୍ପାଖଣ୍ଡର ମୋତ ପଞ୍ଚାୟତ ଓ ଜିଲ୍ଲା -ଭଦ୍ରକ ବୋଲି ଜଣାପଡିଛି ! ଏନେଇ ମୃତକଙ୍କ ବଡ଼ ଭାଇ ଓଡିଶା ମହାସଂଘ ସଦସ୍ୟମାନଙ୍କୁ ଉତ୍ତରୀୟ କାମନା କରିଛନ୍ତି ! ପ୍ରଶ୍ନ ଉଠୁଛି ଓଡିଶା ସରକାର ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ନିମନ୍ତେ ସମସ୍ତ ଜିଲ୍ଲାକୁ କୋଟି କୋଟି ଟଙ୍କା ଅନୁଦାନ ଓ ଆଧୁନିକ ଯନ୍ତ୍ରାଂଶ ଯୋଗାଇ ଆସୁଥିଲେ ମଧ୍ୟ ଦେବା ସହ ନୂତନ ସରଞ୍ଜାମ ଯନ୍ତ୍ରାଂଶ ଯୋଗାଇ ଆସୁଥିଲେ ମଧ୍ୟ ରୋଗୀ ଏଥିରୁ ବଞ୍ଚିତ ହେଉଛନ୍ତି ! ଅନ୍ୟପଟେ ଦୃଘଟଣାଗ୍ରସ୍ତ ଗାଡି ମାଲିକ ଚାଳକଙ୍କ ପରିବାରକୁ ସହଯୋଗର ପ୍ରତିଶୃତି ଦେଇ ଫେରାର ହୋଇଯାଇଥିଲେ ବୋଲି ସଙ୍ଘ କହିଛି ! କଳିଙ୍ଗନଗର ଭଳି ଶିଳ୍ପସମୃଦ୍ଧ ଅଞ୍ଚଳରେ ଦାନଗଦି ଶବ ବ୍ୟବଛେଦ ଗୃହର ଶବ ସଂରକ୍ଷଣ ଯନ୍ତ୍ରଟିର ଅଚଳ ଅବସ୍ଥାକୁ ନେଇ ଉଠିଛି ବଡ ପ୍ରଶ୍ନ ..?

 

– ଯାଜପୁରରୁ ଅଭିମନ୍ୟୁ ମିଶ୍ର ଓଏନ

LEAVE A REPLY

Please enter your comment!
Please enter your name here