25.1 C
Bhubaneswar
Saturday, November 23, 2024
Homeଅପରାଧପ୍ରେମ ନିବେଦନ ପରେ ନାବାଳିକାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ପ୍ରେମ ନିବେଦନ ପରେ ନାବାଳିକାଙ୍କୁ ଦୁଷ୍କର୍ମ : ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ରାୟଗଡ଼ା: ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ (ପକସୋ) ସୋନାଲି ପଟ୍ଟନାୟକ ଆଜି ରାୟରେ ଅଭିଯୁକ୍ତ ରମନଦୋରା ସନ୍ତୋଷ କୁମାରଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆଉ ଏକ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ଅଛି । ୨୦୧୯ ଫେବ୍ରୁଆରିି ୧୪ ତାରିଖରେ କଲ୍ୟାଣସିଂହପୁର ଥାନା ଦାନ୍ତଲିଙ୍ଗି ଗ୍ରାମର ସନ୍ତୋଷ କୁମାର ସେହି ଗ୍ରାମର ଜଣେ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ । ନାବାଳିକା କପା ବାଡକୁ ଯାଉଥିବା ସମୟରେ ସନ୍ତୋଷ ପ୍ରେମ ନିବେଦନ କରି ବିଫଳ ହେବା ପରେ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିଲେ ।

ନାବାଳିକା ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଅବଗତ କରିବା ପରେ ଫେବ୍ରୁଆରି ୧୭ ତାରିଖରେ କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଫେବ୍ରୁଆରି ୨୨ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏପ୍ରିଲ୍ ୨୬ରେ ପୁଲିସ ଚାର୍ଜସିଟ୍ କୋର୍ଟରେ ଦାଖଲ କରିବା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା । ମାମଲା ବିଚରାଧୀନ ଥିବା ବେଳେ ସେପ୍ଟେମ୍ବର ୭ ତାରିଖରେ ଅଭିଯୁକ୍ତ ସନ୍ତୋଷ ଜାମିନରେ ଜେଲରୁ ମୁକୁଳିଥିଲେ ।

୨୦୨୨ ଏପ୍ରିଲ୍ ୧୮ ତାରିଖରେ ପକସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୋନାଲି ପଟ୍ଟନାୟକ ମାମଲାର ଚୂଡ଼ାନ୍ତ ଶୁଣାଣି କରି ରାୟ ସଂରକ୍ଷିତ କରିଥିଲେ । ଆଜି ମାମଲାର ରାୟ ପ୍ରକାଶ କରି ଅଭିଯୁକ୍ତ ସନ୍ତୋଷକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିର୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିରଜା ପ୍ରସାଦ ପାତ୍ର ଓ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ କେ. ପି. ପାଢ଼ୀ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking