ଶ୍ରୀନଗର: ଭୁଶୁଡି ପଡିଥିବା ଟନେଲ୍ ତଳୁ ୧୦ ମୃତ ଦେହ ଉଦ୍ଧାର ହୋଇଛି । ଶନିବାରରେ ଜାମ୍ମୁ କାଶ୍ମୀରର ରାମବନ ଜିଲ୍ଲାରେ ଏକ ଟନେଲ୍ କାମ ଚାଲିଥିବା ବେଳେ ଏହା ଭୁଶୁଡି ପଡିଥିଲା । ଏହା ତଳେ କାମ କରୁଥିବା ଅନେକ ଶ୍ରମିକ ଦବି ହୋଇ ରହିଯାଇଥିଲେ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା । ରବିବାର ସକାଳ ସୁଦ୍ଧା ୧୦ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଏବେ ବି ସେହି ସ୍ଥାନରେ ଉଦ୍ଧାର କାର୍ଯ୍ୟା ଜାରି ରହିଛି । ପ୍ରତି ମୃତକଙ୍କ ପରିବାରକୁ ୧୬ ଲକ୍ଷ ଟଙ୍କା ଅନୁମକମ୍ପା ରାଶି ନିର୍ଦ୍ଦେଶ ଦିଆଯାଇଛି ।