27.1 C
Bhubaneswar
Thursday, April 25, 2024
Homeଓଡିଶାରାଜଧାନୀରେ ଅସ୍ଥାୟୀ କ୍ଵାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ

ରାଜଧାନୀରେ ଅସ୍ଥାୟୀ କ୍ଵାରେଣ୍ଟାଇନ୍ ସେଣ୍ଟର ଖୋଲାଯିବ

ଭୁବନେଶ୍ୱର : କୋରୋନା ମୁକାବିଲା ପାଇଁ ରାଜଧାନୀରେ ଅସ୍ଥାୟୀ କ୍ଵାରେଣ୍ଟାଇନ୍ ସେଂଟର ଖୋଲାଯିବାକୁ ଅଣ୍ଟା ଭିଡ଼ିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ଲୋକମାନଙ୍କ ସୁରକ୍ଷାକୁ ନେଇ ତତ୍ପର ହୋଇ ଉଠିଛନ୍ତି ଓଡ଼ିଶା ସରକାର । ସମସ୍ତ ମ୍ୟୁନିସିପାଲ କମିଶନରକୁ ଏନେଇ ନିର୍ଦ୍ଦେଶ ଦେବା ପରେ ତତ୍ପର ହୋଇ ଉଠିଛି ମ୍ୟୁନିସିପାଲଟି କର୍ପରେସନ । ଆଜି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌରସଂସ୍ଥାକୁ ଚିଠି ଲେଖି କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ୨୫ଟି ସ୍ଥାନକୁ କ୍ୱାରେଟାଇନ ସେଣ୍ଟର ପାଇଁ ଚିହ୍ନଟ କରାଯାଇଛି । ରାଜଧାନୀର ବିଭିନ୍ନ ସ୍କୁଲ, କଲ୍ୟାଣ ମଣ୍ଡପ, ଯାତ୍ରୀ ନିବାସ, କମ୍ୟୁନିଟି ସେଣ୍ଟର, ବିଜେପି କଲେଜର ଆର୍ଟ୍ସ ବ୍ଲକ, ଏକାମ୍ର କଲେଜରେ କ୍ୱାରେଟାଇନ ସେଂଟର ଖୋଲିବାକୁ ଚିହ୍ନଟ କରାଯାଇଛି । କ୍ଵାରେଣ୍ଟାଇନ ସେଣ୍ଟରରେ ଆନୁଷଙ୍ଗିକ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ବିଦ୍ୟୁତି ସଂଯୋଗ, ଫ୍ୟାନ୍, ପାନୀୟ ଜଳ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏଥିସହ କରୋନା ମୁକାବିଲା ଲାଗି ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ।
୧ . ଅସ୍ଥାୟୀ କ୍ବାରେଂଟାଇନ କେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ।
୨ . କଲ୍ୟାଣମଣ୍ଡପଗୁଡିକୁ ଅସ୍ଥାୟୀ କ୍ବାରେଂଟାଇନ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ।
୩ . ବାତ୍ୟା ଆଶ୍ରୟସ୍ଥଳକୁ ବି କ୍ବାରେଂଟାଇନ କେନ୍ଦ୍ର କରିବାକୁ ନିର୍ଦ୍ଦେଶ ।
୪ . ବାତ୍ୟା ଆଶ୍ରୟସ୍ଥଳ ଓ କଲ୍ୟାଣମଣ୍ଡପକୁ ତୁରନ୍ତ ରଙ୍ଗ କରାଯାଉ ।
୫ . ବିଜୁଳି ସଂଯୋଗ ସହ ଡିଜି ସେଟ୍ ବି ରଖିବାକୁ ଚିଠିରେ ଉଲ୍ଲେଖ ।
୬ . କେନ୍ଦ୍ରଗୁଡିକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ।
୭ . ୱାର୍ଡ ଅଫିସରମାନେ କେନ୍ଦ୍ର ଗୁଡିକର ତଦାରଖ କରିବେ । ସେମାନଙ୍କୁ ‘ସ୍ୱଚ୍ଛ ସାଥୀ’ ସ୍ୱଚ୍ଛତାରେ ସହଯୋଗ କରିବେ ।
୮ . ଦିନ ୨ ଟା ପରେ ପୌରାଞ୍ଚଳର ସମସ୍ତ ପାର୍କ ବନ୍ଦ ହେବ ।
ଭୁବନେଶ୍ବରର ଆଚାର୍ଯ୍ୟ ବିହାର ପ୍ରାଥମିକ ବିଦ୍ୟାଳୟ , ୟୁନିଟ୍ ୯ ବାଳକ/ବାଳିକା ବିଦ୍ୟାଳୟ, ସହିଦନଗର ହାଇସ୍କୁଲ/ଆଇପିଏସସି ବିଲଡିଂ(ୱାର୍ଡ ଅଫିସ୍), ପଳାଶୁଣି ୟୁ.ଜି ସ୍କୁଲ ରସୁଲଗଡ଼, ଲକ୍ଷ୍ମୀସାଗର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଅରୋବିନ୍ଦ ଇ.ଏମ୍ ସ୍କୁଲ, ଲେନ୍-୧, ଜଗନ୍ନାଥ ନଗର, ଯାତ୍ରୀ ନିବାସ(କଟକ ରୋଡ୍),

ଖେଳଘର ସ୍କୁଲ(ସତ୍ୟନଗର), କ୍ୟାପିଟାଲ ହାଇସ୍କୁଲ(ୟୁନିଟ୍ ୩), ୟୁନିଟ୍-୪ ଉଚ୍ଚପ୍ରାଥମିକ ବିଦ୍ୟାଳୟ(ନଗର କମିଟି, ମଧୁସୂଦନ ନଗର), ୟୁନିଟ୍-୨ ବାଳିକା ବିଦ୍ୟାଳୟ, ଟେକ୍ସଟ ବୁକ୍ ପ୍ରେସ୍ କଲୋନି ହାଇସ୍କୁଲ, ବୁଦ୍ଧେଶ୍ବର କମ୍ୟୁନିଟି ସେଣ୍ଟର, ଲକ୍ଷ୍ମୀସାଗର ହାଇସ୍କୁଲ, ବରଗଡ଼ ଉଚ୍ଚପ୍ରାଥମିକ ଏବଂ ହାଇସ୍କୁଲ, ଚିନ୍ତାମଣିଶ୍ବର ବାଳିକା ହାଇସ୍କୁଲ ଏବଂ ଶବରସାହି ପ୍ରାଥମିକ ବିଦ୍ୟାଳୟ, ବାପୁଜିନଗର ପ୍ରାଥମିକ ବିଦ୍ୟାଳୟ, ଗୋସଗେରେଶ୍ବର ପ୍ରାଥମିକ ବିଦ୍ୟାଳୟ(ରଥ ରୋଡ୍), ମିସନ ସ୍କୁଲ(ବିବେକାନନ୍ଦ ମାର୍ଗ),

ଗୌତମନଗର ବାଳିକା ହାଇସ୍କୁଲ ଏବଂ ହରିହର ବିଦ୍ୟାପୀଠ(ନଗେଶ୍ବରଟାଙ୍ଗି), ବିଜେପି କଲେଜ ନିଉ ଆର୍ଟସ୍ ବ୍ଲକ୍, ସରସ୍ବତୀ ଶିଶୁମନ୍ଦିର ବରଗଡ଼ ବ୍ରିଟ୍ କଲୋନି, ବ୍ରହ୍ମେଶ୍ବର ଉଚ୍ଚପ୍ରାଥମିକ ଏବଂ ହାଇସ୍କୁଲ, ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ଏସ୍.ଏମ୍ ବାଳିକା ହାଇସ୍କୁଲ(ଓଲଡ୍ ଟାଉନ୍), ଭୀମଟାଙ୍ଗୀ ପ୍ରାଥମିକ ବିଦ୍ୟାଳୟ ଏବଂ ଏକାମ୍ର କଲେଜଠାରେ ଅସ୍ଥାୟୀ କ୍ବାରେଣ୍ଟାଇନ୍ ସେଣ୍ଟର ଖୋଲିବାକୁ ବିଏମସିକୁ ସୂଚନା ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking