39.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରତିଷ୍ଠା ହେଲା ଭୀମ ପାହାଡ : ମନ୍ଦିର ପର୍ଯ୍ୟଟନ ସ୍ଥଳି ଉନ୍ନତି ପାଇଁ ପୁଣି ଆସିବ...

ପ୍ରତିଷ୍ଠା ହେଲା ଭୀମ ପାହାଡ : ମନ୍ଦିର ପର୍ଯ୍ୟଟନ ସ୍ଥଳି ଉନ୍ନତି ପାଇଁ ପୁଣି ଆସିବ ଅନୁଦାନ : ନରସିଂହ

ବଲାଙ୍ଗିର : ଆଜି ପବିତ୍ର ମହାଶିବ ରାତ୍ରି ଅବସରରେ ମୁକୁନ୍ଦପୁର ପଞ୍ଚାୟତ ସ୍ଥିତ ପର୍ଯ୍ୟଟନ ସ୍ଥଳି ଭୀମ ପାହାଡର ପାଦ ଦେଶରେ ମହାଦେବଙ୍କର ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ସ୍ଥାନୀୟ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ମହାଦେବଙ୍କ ପ୍ରତିଷ୍ଠା ଉତ୍ସବରେ ଆଶିଷ ଲାଭ କରିଥିଲେ । ଏ ଅବସରରେ ଉପସ୍ଥିତ ଭକ୍ତବୃନ୍ଦଙ୍କ ସହିତ ଆଲୋଚନା କରି ପାହାଡର ପାଦ ଦେଶରରେ ଥିବା ଏହି ମନ୍ଦିରକୁ ଯେପରି ଅଂଚଳର ସମସ୍ତ ଲୋକେ ଶାନ୍ତି ଶୃଙ୍ଖଳା ସହିତ ପୂଜା ଉପସନା କରିପାରିବେ ସେ ଉପରେ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଭୀମ ପାହାଡ ପର୍ଯ୍ୟଟନ ସ୍ଥଳିର ଏହି ମନ୍ଦିରର ଚାରିକଡରେ ପାଚେରୀ ନିର୍ମାଣ ଓ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନର ବ୍ୟବସ୍ଥା କରିବା ପାଇଁ ଆଲୋଚନା ହୋଇଥିଲା ।
ପରେ ପର୍ଯ୍ୟଟନ ସ୍ଥଳି ଅନ୍ତର୍ଗତ ପୁଷ୍କରିଣୀ ଏବଂ ଓଟିଡିସି ଦ୍ୱାରା ନିର୍ମିତ ଅତିଥି ଶାଳାର କାର୍ଯ୍ୟ ତଦାରଖ କରିଥିଲେ ବିଧାୟକ ଶ୍ରୀ ମିଶ୍ର । ଲୋକଙ୍କ ଦାବି ମୁତାବକ ପୁଷ୍କରିିଣୀର ଜଳଧାରଣ କ୍ଷମତା ବଢାଇବା, ତାର ଚାରିକଡରେ ସୌନ୍ଦର୍ଯିକରଣ ତଥା ପୁଷ୍କରିଣିର ଜଳ ଦରକାର ସମୟରେ କେମିତି ଚାଷକାମରେ ଲାଗିବ ସେ ଉପରେ ବହୁ ଶିଘ୍ର କାମ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ଏଠାକାର ଜଳ ଧରଣା କ୍ଷମତା ତଥା ସୌନ୍ଦର୍ଯ୍ୟକରଣ ପାଇଁ ବହୁଶିଘ୍ର ଏକ ଅନୁଦାନ ରାଶି ମଂଜୁର କରାଯିବ ବୋଲି ଉପସ୍ଥିତ ଥିବା ଗ୍ରାମବାସୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର କହିବା ସହ ଜଙ୍ଗଲ ଅଂଚଳରେ କୌଣସି ପ୍ରକାର ବେଆଇନ ନିର୍ମାଣ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଗାମୀ ଦିନରେ ଏହି ପର୍ଯ୍ୟଟନ ସ୍ଥଳିକୁ ଲୋକଙ୍କ ସହଯୋଗ ଦ୍ୱାରା ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହିସାବରେ ନିର୍ମାଣ କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking