32.1 C
Bhubaneswar
Thursday, March 28, 2024
Homeବିଜିନେସ୍ଆସନ୍ତା ସପ୍ତାହରୁ ୨ ହଜାର ପର୍ଯ୍ୟନ୍ତ ବଢିବ ଏଲଇଡି ଟିଭି ଦାମ

ଆସନ୍ତା ସପ୍ତାହରୁ ୨ ହଜାର ପର୍ଯ୍ୟନ୍ତ ବଢିବ ଏଲଇଡି ଟିଭି ଦାମ

ନୂଆଦିଲ୍ଲୀ: ପ୍ରାୟ ୩ ମାସ ଭିତରେ ଏବେ ପୁଣି ଥରେ ଟିଭି ମୂଲ୍ୟ ବଢିବାକୁ ଯାଉଛି । ଆସନ୍ତା ସପ୍ତାହରୁ ଟିଭି କମ୍ପାନୀ ଏଲଇଡି ଟିଭି ମୂଲ୍ୟରେ ୩ରୁ ୪ ପ୍ରତିଶତ ବୃଦ୍ଧି କରିବାକୁ ଯାଉଛି । ଟିଭି ଇଣ୍ଡଷ୍ଟ୍ରି ଲୋକଙ୍କ କହିବା କଥା ହେଲା ଯେ, ପ୍ୟାନେଲ ଭଳି କଂଚା ମାଲର ଅନ୍ତରାଷ୍ଟ୍ରୀୟ ବଜାରରେ  ମୂଲ୍ୟ ବଢିବା ଏବଂ ଲଜିଷ୍ଟିକ ମୂଲ୍ୟ ବଢିବା କାରଣରୁ ଏହି ପଦକ୍ଷେପ ନେବାକୁ ପଡୁଛି । ସୂଚନାଯୋଗ୍ୟ, ଗତ ଦୁଇ ତିନି ମାସ ହେବ ପେଟ୍ରୋଲ-ଡିଜେଲ ଦାମ ବି ଅନେକମାତ୍ରାରେ ବୃଦ୍ଧି ପାଇଛି । ଏଥିପାଇଁ ପରିବହନ  ଭଡା ବି ବଢିଛି ।
ଏହାପୂର୍ବରୁ ଏପ୍ରିଲରେ ଟିଭି ମାନୁଫାକ୍‌ଚରିଂ କମ୍ପାନୀମାନେ ଏଲଇଡି ଟିଭି ଦାମ ବଢାଇ ସାରିଛନ୍ତି । ପାନାସୋନିକ, ହାୟର ଓ ଥାମସନ ଭଳି କମ୍ପାନୀ ମୂଲ୍ୟ ବଢାଇବା ପାଇଁ କହିଛନ୍ତି । ପାନାସୋନିକ ଇଣ୍ଡିଆ ଓ ସାଉଥ ଏସିଆ ପ୍ରେସିଡେଣ୍ଟ ଏବଂ ସିଇଓ ମନୀଷ ଶର୍ମା କହିଛନ୍ତି, କମୋଡିଟି ପ୍ରାଇସ କାରଣରୁ ଆମେ ବି କିଛି ପ୍ରଡକ୍ଟ ଦାମରେ ୩ ରୁ ୪ ପ୍ରତିଶତ ବୃଦ୍ଧି କରିବା ଉପରେ ବିଚାର କରୁଛୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking