27.1 C
Bhubaneswar
Friday, August 12, 2022
Homeଓଡିଶାଟେଲିଅଭିନେତ୍ରୀ ମୃତ୍ୟୁ ଘଟଣା: ଦୁଇ ପୁରୁଷବନ୍ଧୁ ଜେରା ହେବେ

ଟେଲିଅଭିନେତ୍ରୀ ମୃତ୍ୟୁ ଘଟଣା: ଦୁଇ ପୁରୁଷବନ୍ଧୁ ଜେରା ହେବେ

ଭୁବନେଶ୍ୱର : ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତ୍ୟୁ ଘଟଣାରେ ପୁଲିସ ଖୋଳତାଡ଼ କରିବା ଆରମ୍ଭ କରି ଦେଇଛି । ଏହି ମାମଲାରେ ନୟାପଲ୍ଲୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାବେଳେ ରଶ୍ମିରେଖା କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାର ତଦନ୍ତ ଆରମ୍ଭ ହୋଇଛି । ରଶ୍ମିରେଖାଙ୍କ ସହ ନୟାପଲ୍ଲୀ ଘରେ ସ୍ୱାମୀ ପରିଚୟ ଦେଇ ରହୁଥିବା ସନ୍ତୋଷ ପାତ୍ର ଏବଂ ରଶ୍ମିରେଖାଙ୍କ ଅନ୍ୟ ପୁରୁଷବନ୍ଧୁ ରାଜାଙ୍କୁ ପୁଲିସ ଜେରା କରିବା ବୋଲି ସୂଚନା ମିଳିଛି ।

ଏପରିକି ରଶ୍ମିରେଖା ଭଡ଼ାରେ ରହୁଥିବା ଘରମାଲିକଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ପୁଲିସ ପଚରାଉଚରା କରିଛି । ଅନ୍ୟପକ୍ଷେ ରଶ୍ମିରେଖାଙ୍କ ପରିବାରଲୋକେ ଏତଲା ଦେବା ପରଠୁ ପୁଲିସ ସହ ଆଉ ଯୋଗାଯୋଗ କରିନଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଟେଲି ଅଭିନେତ୍ରୀ ତଥା ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ଓଝା ନୟାପଲ୍ଲା ଥାନା ଅନ୍ତର୍ଗତ ଗଡ଼ସାହିର ଏକ ଘରେ ଭଡ଼ା ନେଇ ଦୁଇମାସ ହେବ ତାଙ୍କର ଜଣେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରଙ୍କ ସହ ରହୁଥିଲେ । ଶନିବାର ପୁରୁଷବନ୍ଧୁ ସନ୍ତୋଷ ଘରେ ନଥିବାବେଳେ କୌଣସି କାରଣରୁ ରଶ୍ମିରେଖା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking