ଘରୁ ଆସୁଥିଲା ଦୁର୍ଗନ୍ଧ, ପୋଲିସ ଖୋଜିବା ପରେ ଫ୍ରିଜରୁ ବାହାରିଲା ମୃତଦେହ

young man dead, forest depat worker attacked thinking that he is a hunter

ତେଲେଙ୍ଗାନା: ତେଲେଙ୍ଗାନା ବାରଂଙ୍ଗଲ ଜିଲ୍ଲାରେ ଆଶ୍ଚର୍ଯ୍ୟ କଲାଭଳି ଏକ ଖବର ସାମ୍ନାକୁ ଆସିଛି । ଯେଉଁଠି ପୁଲିସକୁ ଅଭିଯୋଗ ମିଳିବା ପରେ ଘରେ ପହଂଚିଥିଲା ଓ ପରେ ଜଣେ ବୟସ୍କଙ୍କ ମୃତଦେହ ଫ୍ରିଜରୁ ମିଳିଥିଲା । ପଡୋଶୀଙ୍କ ଅଭିଯୋଗ ପରେ ପୁଲିସ ଆସି ତଦନ୍ତ କରିଥିଲା । ବାସ୍ତବରେ ଗତ କିଛି ଧରି ସେହି ଘରୁ ଦୁର୍ଗନ୍ଧ ଆସୁଥିଲା । ଏଥିରେ ଚିନ୍ତିତ ଓ ବିରକ୍ତ ହୋଇ ଲୋକେ ପୋଲିସକୁ ଏନେଇ ଜଣାଇଥିଲେ ।
ଲୋମଟାଙ୍କୁରା ଭଳି ଏହି ଘଟଣା ବାରଙ୍ଗଲ ଜିଲ୍ଲାର ପରକଲ ଅଂଚଳରେ ବୋଲି ଜଣାପଡିଛି । ସେଠାରେ ଏକ ଘରୁ ପଡୋଶୀଙ୍କୁ ଦୁର୍ଗନ୍ଧ ଆସୁଥିଲା । ଯେତେବେଳେ ଏହି ଦୁର୍ଗନ୍ଧ ବ୍ୟାପକ ମାତ୍ରାରେ ଆସିଥିଲା ପାଖ ପଡୋଶୀ  ସନ୍ଦେହ ପ୍ରକାଶ କରିଥିଲେ । ଏହାପରେ ଲୋକେ ଏ ସଂପର୍କରେ ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ । ପରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଯାଂଚ କରିଥିଲା । ଘରେ ନିଖିଳ ନାମକ ଜଣେ ଯୁବକ ଏକା ହିଁ ଉପସ୍ଥିତ ଥିଲା ।
ଯୁବକ ଜଣକ ପୋଲିସ କୁ ଦେଖି ସ୍ତବ୍ଧ ହୋଇ ଯାଇଥିଲା ହେଲେ ସେ କିଛି କହିନଥିଲା । ସଂପୂର୍ଣ୍ଣ ଘର ପୋଲିସ ତଲାସ କରିଥିଲା । ହେଲେ କିଛି ମିଳିନଥିଲା । ଠିକ ସେହି ସମୟରେ ସର୍କଲ ଇନ୍ସପେକ୍ଟର ମହେନ୍ଦ୍ର ରେଡ୍ଡୀଙ୍କ ନଜର ଘରେ ଥିବା ଫ୍ରିଜ ଉପରେ ପଡିଥିଲା । ଯେମିତି ହିଁ ସେ ଫ୍ରିଜ ଖୋଲିଥିଲେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ ।  ଫ୍ରିଜ ଭିତରେ ଏକ ମୃତ ଶରୀର ଥିଲା । ଯାହା ସଢିସାରିଛି  । ସେଥିରୁ ବହୁତ ଜୋରରେ ଦୁର୍ଗନ୍ଧ ଆସୁଥିଲା । ପୁଲିସ ଶବ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇବା ସହ ଉକ୍ତ ଯୁବକକୁ ଗିରଫ କରିଛି । ପଚାରଉଚୁରା ସମୟରେ ପୋଲିସ ଜାଣିବାକୁ ପାଇଥିଲା ଯେ, ମୃତ ବ୍ୟକ୍ତି ଜଣକ ନିଖିଳର ଦାଦା । ତାଙ୍କର ବୟସ ପ୍ରାୟ ୯୩ ବର୍ଷ ଥିଲା । ନିଖିଲ ପୋଲିସ କହିଥିଲା ଯେ, ରୋଗ ପାଇଁ କିଛି ଦିନ ପୂର୍ବରୁ ତାଙ୍କ ଦାଦାଙ୍କ ମୃତ୍ୟୁ ହୋଇଥିଲା ।  ନିଖିଳର ମାତା ପିତା ବି ଦୁନିଆରେ ନାହାନ୍ତି । କେହି ଅନ୍ତିମ ସଂସ୍କାର କରିବାକୁ ନଥିଲେ । ଏହାସହିତ ତା ପାଖରେ କ୍ରିୟାକର୍ମ ପାଇଂ ପଇସା ବି ନଥିଲା । ସେଥିପାଇଁ ସେ ତାଙ୍କ ମୃତ ଶରୀରକୁ ପ୍ରିଜରେ ରଖି ଦେଇଥିଲା । ତେବେ ନିଖିଲର ମାନସିକ ଅବସ୍ଥା ଠିକ ନଥିବା ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here