28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏହି ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଉଠିବ ଲକଡାଉନ

ଏହି ରାଜ୍ୟରେ ସଂପୂର୍ଣ୍ଣ ଭାବରେ ଉଠିବ ଲକଡାଉନ

ହାଇଦ୍ରାବାଦ: ତେଲେଙ୍ଗାନା ସରକାର ନିଷ୍ପତ୍ତି  ନେଇଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ପାଇଁ ଲାଗୁ ଥିବା ଲକଡାଉନ ସଂପୂର୍ଣ୍ଣ ଭାବରେ ହଟାଯିବ । ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ଏନେଇ ନିଷ୍ପତ୍ତି ନେଇଛନ୍ତି । ଏମିତି ଭାବରେ ତେଲେଙ୍ଗାନା ପ୍ରଥମ ରାଜ୍ୟ ଯିଏ ସଂପୂର୍ଣ୍ଣ ଭାବରେ ଲକଡାଉନ ଉଠାଇବା ପାଇଁ ନିଷ୍ପତ୍ତି ନେଇଛି । କହିରଖୁଛୁ, ଏହାପୂର୍ବରୁ ରାଜ୍ୟ ସରକାର ୧୯ ଜୁନ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।
ତେଲେଙ୍ଗାନାରେ ଶୁକ୍ରବାର କୋଭିଡ ୧୯ରେ ୧୪୧୭ ନୂଆ ମାମଲା ସାମ୍ନାକୁ ଆସିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୧୦୮୩୪ ହୋଇଛି । ଯେତେବେଳେ କି ଆଉ ୧୨ ଜଣଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୩୫୪୬ ପହଂଚିଛି । ହାଇଦ୍ରାବାଦ ନଗର ନିଗମରେ ସବୁଠୁ ଅଧିକ ୧୪୯ ମାମାଲା ରେକର୍ଡ କରାଯାଇଛି । ଏହାପରେ ରଙ୍ଗାରେଡ୍ଡିରେ ୧୦୪, ଖମ୍ମମରେ ୯୩ ନୂଆ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟାରେ ୧୮୯୭ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥଙ୍କ ସଂଖ୍ୟା ୫୮୮୨୫୯ ପହଚିଂଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking