ବନ୍ୟଜନ୍ତୁଙ୍କ କବଳରୁ ଫସଲ ସୁରକ୍ଷା ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ରହିଛି ଚାଷୀ

ତେଲକୋଇ : ବନ୍ୟଜନ୍ତୁଙ୍କ ଭୟରେ ଗଛ ଉପରେ ଶୋଉଛି ଚାଷୀ । ବହୁ କଷ୍ଟକରି କରିଥିବା ଫସଲକୁ ବନ୍ୟଜନ୍ତୁଙ୍କ ଦାଉରୁ ବଞ୍ଚାଇବା ପାଇଁ ଗଛ ଉପରେ ବିପଦସଂଙ୍କୁଳ ଅବସ୍ଥାରେ ମଞ୍ଚା ବାନ୍ଧିଛି ଚାଷୀ । ଶୋଇଥିବା ବେଳେ ଅସାବଧାନତା ବସତଃ କେତେବେଳେ କଣ ଅଘଟଣ ନଘଟିବ ତାହା କହିହେବ ନାହିଁ ।ତଥାପି ଚାଷୀ କଷ୍ଟ ଅର୍ଜିତ ଫସଲକୁ ବଞ୍ଚାଇବା ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛି । ଏଭଳି ଘଟଣା ଦେଖିବାକୁ ତେଲକୋଇ ରେଞ ଅଧୀନସ୍ଥ ଦୋବଲାପାଳ ଗାଁ ରେ ।ଧାନ ଫସଲକୁ ହାତୀ, ବାରାହା ମାଙ୍କଡଙ୍କ ଦାଉରୁ ବଞ୍ଚାଇ ରଖିବା ପାଇଁ ଗତ ଛଅ ମାସ ହେବ ଗାଁର ଚାଷୀ ମାନେ ଗଛ ଉପରେ ମଞ୍ଚା ବାନ୍ଧି ରହି ଆସୁଛନ୍ତି ।ଛୁଆପିଲାଙ୍କୁ ଧରି ମଞ୍ଚା ଉପରେ ରାତିରେ ଡରଭୟରେ ଶୋଇବାକୁ ପଡୁଛି ।ଦିନବେଳା ମାଙ୍କଡଙ୍କ ଦାଉରୁ ଫସଲର ରକ୍ଷା ପାଇଁ ଚାଷୀ ସଂର୍ଘଷ ଜାରି ରଖିଥିବା ବେଳେ ରାତି ସମୟରେ ବାରାହା ଓ ହାତୀ ଙ୍କ ଉପଦ୍ରବ ଚାଷୀ ର ନିଦ ହଜାଇ ଦେଉଛି ।ପିଲାଛୁଆଙ୍କ ମୁହଁରେ ବର୍ଷସାରା ଦାନା ଗଣ୍ଡେ ଦେବାପାଇଁ ଧାର କରଜ କରି ଚାଷ କରିଥିବା ଫସଲକୁ ବନ୍ୟଯନ୍ତୁ ନଷ୍ଟ କରିଦେଉଛନ୍ତି ।ଯାହା ଚାଷୀ ର ମୁଣ୍ଡବ୍ୟଥାର କାରଣ ପାଲଟିଛି ।ହାତୀ ଙ୍କ ଗତିବିଧି ଉପରେ ବନବିଭାଗ ନଜର ରଖି ସେମାନଙ୍କୁ ଘଉଡାଇବା ସହିତ ଚାଷୀ ଙ୍କ ଫସଲକୁ ସୁରକ୍ଷା ଦେବାରେ ବନବିଭାଗ ବିଫଳ ହେଉଥିବା ଦେଖିବାକୁ ମିଳିଛି ।ବାଇଟ୧-ଜାନକୀ ମୁଣ୍ଡା, ମହିଳା ଚାଷୀ ।

LEAVE A REPLY

Please enter your comment!
Please enter your name here