33.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରବଳ ବର୍ଷା ଯୋଗୁଁ ନାଳରେ ଭାସିଯାଇ ଯୁବକ ମୃତ 

ପ୍ରବଳ ବର୍ଷା ଯୋଗୁଁ ନାଳରେ ଭାସିଯାଇ ଯୁବକ ମୃତ 

ତେଲକୋଇ : ଲଗାଣ ବର୍ଷାରେ ନାଳରେ ଭାସିଯାଇ ଯୁବକଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ତେଲକୋଇ ଥାନା ଅନ୍ତର୍ଗତ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ ।ଗତକାଲି ସକାଳେ ଜମି କୁ ହଳ କରିବାପାଇଁ ବାପପୁଅ ତିନି ଜଣ ନାଳ ସେପଟକୁ ଯାଇଥିଲେ । ତେବେ ବାପା ଓ ସାନଭାଇଙ୍କ ପାଇଁ ସକାଳ ଖାଇବା ନିମନ୍ତେ ଭାତ ଆଣି ବାକୁ ଘରକୁ ନାଳ ପାର ହୋଇ ଆସୂଥିଲେ ।ଗତକାଲି ଲଗାଣ ବର୍ଷା ଯୋଗୁଁ ହଠାତ ନାଳରେ ଅଧିକ ପାଣି ଆସି ଯିବାରୁ ତାଙ୍କୁ ଭସାଇ ନେଇଥିଲା ।ଗୁରୁଦେବ କୁ ନପାଇ ପରିବାର ଲୋକେ ଗତକାଲି ଠାରୁ ଖୋଜାଖୋଜି କରି ପାଇ ନଥିଲେ ।ଆଜି ସକାଳୁ ଗାଁ ନିକଟ ଜାମ୍ବୁଧର ନାଳଟି ସଂଯୋଗ କରୁଥିବା ମହାଦେଇ ଡ୍ୟାମରେ ଶବ ଭାସୁଥିବା ଦେଖି ବାକୁ ପାଇଥିଲେ ।ଏବଂ ସଙ୍ଗେ ସଙ୍ଗେ ଅଗ୍ନିଶ୍ରମ ବିଭାଗ କୁ ଖବର ଦେଇଥିଲେ ।ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ କର୍ମଚାରୀ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲ କୁ ଆଣିଥିଲେ ।ତେବେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking