37.1 C
Bhubaneswar
Thursday, March 28, 2024
Homeଓଡିଶାବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ, ଲୋକେ ଭୟଭୀତ

ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ, ଲୋକେ ଭୟଭୀତ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି ।ପ୍ରତ୍ୟେକ ଦିନ କୌଣସି ନା କୌଣସି ଗାଁରେ ହାତୀପଲ ଉପଦ୍ରବ ଚଳାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ବିମଳା ପଞ୍ଚାୟତର ବଳଭଦ୍ର ପୁର ଗାଁରେ ପଶି ଘର ଭାଙ୍ଗିବା ସହ ଧାନଚାଉଳ ଖାଇ ନଷ୍ଟ କରିଛନ୍ତି । ଏହା ସହିତ ଏକର ଏକର ଧାନ ଫସଲକୁ ଦଳିମକଚି ନଷ୍ଟ କରିଦେଇଛନ୍ତି । ଗାଁର ସନାତନ ମହାନ୍ତଙ୍କ ଘରର କାନ୍ଥକୁ ଭାଙ୍ଗି ଧାନଚାଉଳ ଖାଇବା ସହ ଘରେ ଥିବା ଶୋଇବା ପଲଙ୍କଟି ମଧ୍ୟ ଭାଙ୍ଗି ଦେଇଛନ୍ତି । ସନାତନ ହାତୀପଲଙ୍କୁ ଦେଖି ସ୍ତ୍ରୀ ଓ ଦୁଇ ଛୋଟ ପିଲାଙ୍କୁ ଘରୁ ବାହାରକୁ ନେଇଯାଇଥିଲେ ଏବଂ ପାଟିକରି ଗାଁ ଲୋକ ଙ୍କୁ ଡାକିଥିଲେ । ପାଟି ଶୁଣି ଗାଁ ଲୋକେ ପହଞ୍ଚିବା ହାତୀପଲଙ୍କୁ ବାଜା ବଜାଇ ଘଉଡାଇଥିଲେ । ଗାଁ ର ଦୋଳ ସାହୁ, ମାୟାଧର ଖଣ୍ଡା, କିର୍ତ୍ତନ ଖଣ୍ଡା,ବାଙ୍କନିଧି ଖଣ୍ଡା, ହରିଆ ସାହୁ ପ୍ରମୂଖ ୧୦ ଜଣ ଚାଷୀଙ୍କ ୧୫ ଏକରରୁ ଅଧିକ ଧାନ ଫସଲକୁ ଦଳିମକଚି ନଷ୍ଟ କରି ଦେଇଛନ୍ତି । ସେପଟେ ବିମଳା ଗାଁର ଟିକାୟତ ନାୟକଙ୍କ ଗୁହାଳ ଘରକୁ ମଧ୍ୟ ହାତୀପଲ ଭାଙ୍ଗି ଦେଇଛନ୍ତି। ସକାଳୁ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking