39.1 C
Bhubaneswar
Wednesday, April 24, 2024
Homeଓଡିଶାଟିକା ନେବାବେଳେ କୋଭିଡ ନିୟମକୁ 'ଫୁ'  

ଟିକା ନେବାବେଳେ କୋଭିଡ ନିୟମକୁ ‘ଫୁ’  

ତେଲକୋଇ : ତେଲକୋଇ ବ୍ଲକରେ ଆଜି ଠାରୁ ୧୮ ବର୍ଷରୁ ଉର୍ଦ୍ଧ ବୟସ ଲୋକଙ୍କୁ ଟିକାକରଣ କରାଯାଉଛି । ତେଲକୋଇ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଟିକାକରଣ ଚାଲିଥିବା ବେଳେ କୋଭିଡ ନିୟମକୁ ଭୁଲିଗଲେ ଲୋକେ । ଏମାନେ ଟିକା ନେଉଛନ୍ତି ନା କରୋନାକୁ ଆମନ୍ତ୍ରଣ କରୁଛନ୍ତି କିଛି ଜଣା ପଡୁନାହିଁ । ତେଲକୋଇ ମେଡିକାଲ କର୍ତ୍ତୃପକ୍ଷ ସଠିକ ଢଙ୍ଗରେ କୋଭିଡ ଟିକାକରଣ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଯୋରଜାର ମୂଲକ ତାର ନିତିରେ ଚାଲିଛି ଟିକାକରଣ । ସ୍ଲଟ ବୁକିଙ୍ଗି କରିଥିବା ଲୋକଙ୍କୁ ଟିକା ନଦେଇ ଯିଏ ଯେତେବେଳେ ଆସୁଛି ଯୋର କରି ଟିକା ନେଉଛନ୍ତି ।

କିନ୍ତୁ ଯେଉଁମାନେ ସ୍ଲଟ ବୁକିଙ୍ଗି କରିଛନ୍ତି ସେମାନେ ଭକୁଆ ହୋଇ ଛିଡା ହୋଇଛନ୍ତି । ସ୍ଲଟ ବୁକିଙ୍ଗି କରିଥିବା ଲୋକମାନଙ୍କର ସକାଳ ୯ ରୁ ଦିନ ୧୧ ପର୍ଯ୍ୟନ୍ତ ସମୟ ଟିକାକରଣ ରହିଥିବା ବେଳେ ସମୟ ଗଡି ଯାଇଥିଲେ ମଧ୍ୟ ସେମାନେ ଟିକା ପାଇ ପାରି ନଥିଲେ । ଏନେଇ ଅସନ୍ତୋଷ ବୃଦ୍ଧି ପାଇଥିଲା । ସରକାରୀ ଗାଇଡ ଲାଇନ ଅନୁସାରେ ସ୍ଲଟ ବୁକିଙ୍ଗି କରିଥିବା ଲୋକଙ୍କୁ ସିରିଏଲ ରେ ଟିକା ଦେବାର ନିୟମ ରହିଛି । ତେବେ ଏ ନିୟମକୁ ଟିକା ଦାୟିତ୍ବରେ ଥିବା ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଫୁ କରି ଉଡାଇ ଦେଇଛନ୍ତି । ସେପଟେ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ସାମାଜିକ ଦ୍ବରତା,ସାନିଟାଇଜର ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଥିବା ବେଳେ ଏଠି ଲୋକେ ବିନା ମାସ୍କ ଓ ସାମାଜିକ ଦ୍ବରତାକୁ ମାନୁ ନଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking