30.1 C
Bhubaneswar
Sunday, July 3, 2022
Homeଓଡିଶାଭିଜିଲାନସ୍‌ ଜାଲରେ ତହସିଲ କିରାଣି

ଭିଜିଲାନସ୍‌ ଜାଲରେ ତହସିଲ କିରାଣି

ଜଗତ୍‌ସିଂହପୁର : ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ତହସିଲର ବରିଷ୍ଠ କିରାଣି ପ୍ରାଣକୃ୍ଷ୍ଣ ନାୟକ ଭିଜିଲାନ୍‌ସ ଜାଲରେ ପଡିଛନ୍ତି। ଜଣେ ଟିପର୍‌ ମାଲିକଙ୍କ ଠାରୁ ‌୨୦ ହଜାର ଟଙ୍କା ‌ଲାଞ୍ଚ ନେଉଥିବା ବେଳେ ସେ ଧରା ପଡ଼ିଛନ୍ତି। ଏ ନେଇ କଟକ ଭିଜିଲାନ୍‌ସ ପକ୍ଷରୁ ମାମଲା ରୁଜୁ କରାଯାଇ ତାଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି। ଜଗତସିଂହପୁର, ଓହଳରେ ଥିବା ତାଙ୍କ ଘରେ ଭିଜିଲାନ୍‌ସ ଚଢଉ ଜାରି ରଖିଛି। ତଥ୍ୟ ମୁତାବକ, ସିଜ୍ ହୋଇଥିବା ଏକ ବାଲି ବୋଝେଇ ଟିପର୍‌ ଛାଡିବାକୁ ରବିବାର ଦିନ ଶ୍ରୀ ନାୟକ ଉକ୍ତ ଟିପର୍‌ ମାଲିକଙ୍କଠାରୁ ୨୦ ହଜାର ଟଙ୍କା ଲାଂଚ ନେଉଥିଲେ। ଖବର ପାଇ ଭିଜିଲାନ୍‌ସ ଚଢ଼ଉ କରିବା ସହିତ ସେ ଗ୍ରହଣ କରିଥିବା ୨୦ ହ‌ଜାର ଟଙ୍କା ଜବତ କରିଥିଲେ। ଶ୍ରୀ ନାୟକ ଏହା ପୂର୍ବରୁ ୨୦୧୬ରେ ଅନ୍ୟ ଏକ ମାମଲାରେ କଟକ ଭିଜିଲାନ୍‌ସ ଦ୍ବାରା ଧରିଥିଲା। ସେତେବେଳେ ଜମିପଟ୍ଟା କରାଇ ଦେବାକୁ ଶ୍ରୀ ନାୟକ ୩୯୦୫ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking