27.1 C
Bhubaneswar
Friday, March 29, 2024
Homeଅପରାଧଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନଦେବା ପାଇଁ ସମ୍ପର୍କୀୟ ୩ ବର୍ଷ ର ଶିଶୁ ସହ ...

ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ନଦେବା ପାଇଁ ସମ୍ପର୍କୀୟ ୩ ବର୍ଷ ର ଶିଶୁ ସହ  ଛାତ୍ର କଲେ ଏପରି …

ଲକ୍ଷ୍ମୌ: ମଧ୍ୟପ୍ରଦେଶର ମୁରେନା ଜିଲ୍ଲାର ତୁଦିଲା ଗ୍ରାମର ଜଣେ ଛାତ୍ର  କରିଛନ୍ତି ଏକ ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ ।  ଆରମ୍ଭ ହୋଇଥିବା ଦ୍ୱାଦଶଶ୍ରେଣୀ ପରୀକ୍ଷା ଦେବ ନାହିଁ ବୋଲି ନିଜ ଭାଇକୁ ଅପହରଣ କରିଥିବା ଘଟଣା ସମସ୍ତଙ୍କୁ ତାଯୁବ  କରିଛି ।ପୁଲିସ ସୂଚନା ଅନୁସାରେ  ଅଭିଯୁକ୍ତ ରଣବୀର ନିଜର ସମ୍ପର୍କୀୟ ଭାଇ ଘରେ ଶୋଇଥିବା ବେଳେ ତାକୁ ଘରୁ ଉଠାଇ ନେଇ ରଶିରେ ବାନ୍ଧି ସ୍ଥାନୀୟ ଏକ କ୍ଷେତରେ ଫିଙ୍ଗି ଦେଇଥିଲା। ଶିଶୁର ମା’ ପିଲାକୁ ଅପରାହ୍ନରୁ ଅନେକ ଖୋଜାଖୋଜି କରିଥିଲେ ହେଁ ସନ୍ଧାନ ପାଇ ନଥିଲେ। ଶିଶୁର ବୟସ ମାତ୍ର ୩ ବର୍ଷ । ଅଭିଯୋଗ ନେଇ ଥାନାରେ ପହଞ୍ଚିବା ପରେ ପୁଲିସର ଏକ ଟିମ୍‌ ତୁରନ୍ତ ପଦକ୍ଷେପ ନେଇ ଶିଶୁକୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲା। ତଦନ୍ତ ସମୟରେ ଏକ ହାତ ଲେଖା ଚିଠି ପୁଲିସ ହାତରେ ଲାଗିଥିଲା, ଯେଉଁଥିରେ ଲେଖାଥିଲା, “ରଣବୀରକୁ କୌଣସି ଏକ ସ୍ୱତନ୍ତ୍ର ସ୍ଥାନକୁ ଶିଶୁକୁ ଖୋଜିବା ପାଇଁ ପଠାଯିବା ଦରକାର।”
ଏହି ଚିଠିରୁ ପୁଲିସର ରଣବୀର ଉପରେ ସନ୍ଦେହ ହୋଇଥିଲା। ଏହାପରେ ପୁଲିସ ରଣବୀରକୁ ଧରି ଏହି ଘଟଣା ବିଷୟରେ ପଚାରିବାରୁ ସେ କିଛି ଜାଣି ନାହିଁ ବ‌ୋଲି କହିବା ସହ ସେ ବି ତାର ଭାଇକୁ ବହୁତ ଖୋଜୁଛି କିନ୍ତୁ ପାଇ ନାହିଁ ବୋଲି କହିଥିଲା। ପରେ ପୁଲିସର ଧମକରେ ଭୟଭୀତ ହୋଇ ରଣବୀର ନିଜ ଦୋଷ ସ୍ୱୀକାର କରି ସତ କହି ଦେଇଥିଲା। ଶିଶୁକୁ ବାନ୍ଧି ଯେଉଁଠାରେ ପକାଇ ଥିଲା ପୁଲିସକୁ ସାଥୀରେ ସେଠାକୁ ନେଇଯାଇଥିଲା। ଘଟଣାସ୍ଥଳରୁ ପୁଲିସ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହିତ ରଣବୀର ବିରୋଧରେ ଏକ ଅପହରଣ ମାମଲା ରୁଜୁ କରିଛି। ପୁଲିସ ଇନ୍ସପେକ୍ଟର ଅସିତ ଯାଦବଙ୍କ କହିବାନୁସାରେ, ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦେବ ନାହିଁ ବୋଲି ସମ୍ପର୍କୀୟ ଭାଇକୁ ଅପହରଣ କରିଥିଲା ବୋଲି  ନିଜେ ରଣବୀର ସ୍ପଷ୍ଟ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking