29.1 C
Bhubaneswar
Wednesday, April 24, 2024
Homeଓଡିଶାନାବାଳିକାକୁ ଅପହରଣ ଅଭିଯୋଗ: ଜଣେ ଗିରଫ

ନାବାଳିକାକୁ ଅପହରଣ ଅଭିଯୋଗ: ଜଣେ ଗିରଫ

ନୟାଗଡ: ନୟାଗଡ ଜିଲ୍ଲା ଗଣିଆ ବ୍ଲକ ର ଆଡ଼କଟା ଗ୍ରାମପଂଚାୟତ ଅଧିନସ୍ଥ ଜଗନ୍ନାଥ ପ୍ରସାଦ ଗ୍ରାମରେ ନାବାଳିକା ଅପହରଣ ଅଭିଯୋଗ ରେ ଜଣେ ଯୁବକ ଗିରଫ ହୋଇଛି । ଗଣିଆ ଥାନା ରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁଲାଇ ମାସ 28ତାରିଖ ରେ  ଗଣିଆ ବ୍ଲକ ର ଆଡକଟା ପଂଚାୟତ ର ଜଗନ୍ନl ଥ  ପ୍ରସାଦ ଗ୍ରାମର ଜଣେ ଯୁବକ ସେଇ ଗ୍ରାମ ର ଜଣେ ନାବାଳିକା କୁ ଅପହରଣ କରି ନେଇ ଥିଲେ। ନାବାଳିକା ଙ୍କ ପିତା ଗଣିଆ ଥାନ  ରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଗଣିଆ ଥାନା ଅଧିକାରୀ 33/20ରେ ଏକ ଅପହରଣ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହିତ ଏ ସମ୍ପର୍କ ରେ ସୂଚନା ବିଭିନ୍ନ ଥାନାକୁ ଜଣା ଇ ଥିଲେ। ତେଵେ ଚଳିତ ମାସ 2ତାରିଖ ଦିନ ଗଣିଆ ଥାନା ଅଧିକାରୀ ଦୀପକ କୁମାର ଖଣ୍ଡାୟତରାୟ ବିଶେଷ ସୂତ୍ରରୁ ଦୁଇ ପ୍ରେମୀଯୁଗଳ ଗାଁ କୁ ଫେରୁ ଥିବା ଖବର ପାଇ ଅଭିଯୁକ୍ତ କୁ ଗିରଫ କରିଥିଲେ। ତେବେ ଶୁକ୍ରବାର ଉଭୟ ଡାକ୍ତରିମାଇନା କରାଯଇ ଅଭିଯୁକ୍ତ କୁ ବିଚାର ବିଭାଗିୟ ଅଦାଲତ କୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଗଣିଆ ଥାନା ଅଧିକାରୀ ଜଣାଇ ଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking