30.1 C
Bhubaneswar
Wednesday, April 24, 2024
Homeଖେଳଡିସେମ୍ବର-ଜାନୁଆରୀରେ ଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତ

ଡିସେମ୍ବର-ଜାନୁଆରୀରେ ଟିମ୍ ଇଣ୍ଡିଆର ସାଉଥ୍ ଆଫ୍ରିକା ଗସ୍ତ

ଜୋହାନ୍ସବର୍ଗ: ଆସନ୍ତା ଡିସେମ୍ବରରେ ଭାରତ ସାଉଥ୍ ଆଫ୍ରିକା ଗସ୍ତରେ ଯିବ ଓ ସେଠାରେ ଜାନୁଆରୀ ମଧ୍ୟରେ ଏକ ପୂର୍ଣ୍ଣ ସିରିଜ୍ ଖେଳିବ । ଗୁରୁବାର କ୍ରିକେଟ୍ ସାଉଥ୍ ଆଫ୍ରିକା (ସିଏସ୍‌ଏ) ତା’ର ୨୦୨୧-୨୨ କ୍ରିକେଟ୍ ସିଜନ୍ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଭାରତର ସାଉଥ୍ ଆଫ୍ରିକା ଗସ୍ତ ସ୍ପଷ୍ଟ ହୋଇଛି । ଡିସେମ୍ବର ୨୦୨୧ରୁ ଜାନୁଆରୀ ୨୦୨୨ ମଧ୍ୟରେ ଭାରତ ଓ ସାଉଥ୍ ଆଫ୍ରିକା ମଧ୍ୟରେ ପ୍ରଥମ ତିନିଟି ଲେଖାଏଁ ଟେଷ୍ଟ୍ ଓ ଦିନିକିଆ ଏବଂ ଶେଷରେ ୪ଟି ଟି-୨୦ ମ୍ୟାଚ୍ ଖେଳାଯିବ । ବାସ୍ତବରେ ଏହି ସିରିଜ୍‌ଟି ଚଳିତ ମାସରେ ଆରମ୍ଭ ହେବାର ଥିଲା । କିନ୍ତୁ ବିସିସିଆଇ ପକ୍ଷରୁ ଆଇପିଏଲ୍‌ର ଚତୁର୍ଦ୍ଦଶ ସଂସ୍କରଣର ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯିବାରୁ ଭାରତର ସାଉଥ୍ ଆଫ୍ରିକା ଗସ୍ତ ବିଳମ୍ବିତ ହୋଇଛି ।

ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଓ ଓମାନ୍‌ଠାରେ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଭାଗ ନେବା ପରେ ଟିମ୍ ଇଣ୍ଡିଆର ଏହା ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟସୂଚୀ ହେବ । ଟିମ୍ ଇଣ୍ଡିଆର ଗସ୍ତ ଜୋହାନ୍ସବର୍ଗରେ ଡିସେମ୍ବର ୧୭ରୁ ୨୧ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ୍ ମ୍ୟାଚ୍‌ରୁ ଆରମ୍ଭ ହେବ ଏବଂ ଜାନୁଆରୀ ୨୬ ତାରିଖରେ ପର୍ଲଠାରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ମ୍ୟାଚ୍ ସହ ଶେଷ ହେବ ବୋଲି ସିଏସଏ ପକ୍ଷରୁ ସୂଚନା ମିଳିଛି । ସିଏସ୍‌ଏର କାର୍ଯ୍ୟସୂଚୀ ଅନୁସାରେ ସାଉଥ୍ ଆଫ୍ରିକା ତା’ର ଘରୋଇ ସିଜନ୍ ନେଦରଲ୍ୟାଣ୍ଡ୍ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରୁ ଆରମ୍ଭ ହେବ । ଏହି ମ୍ୟାଚ୍‌ଗୁଡ଼ିକ ନଭେମ୍ବର ୨୮ରୁ ଡିସେମ୍ବର ୧ ତାରିଖ ମଧ୍ୟରେ ଖେଳାଯିବ । ଏହାପରେ ଦଳ ଘରୋଇ ମାଟିରେ ବାଂଲାଦେଶ ବିପକ୍ଷରେ ମାର୍ଚ୍ଚ ୧୮ରୁ ଏପ୍ରିଲ୍ ୧୧ ପର୍ଯ୍ୟନ୍ତ ୩ଟି ଦିନିକିଆ ଓ ୨ଟି ଟେଷ୍ଟ୍ ଖେଳିବ ବୋଲି ସିଏସଏ ଘୋଷଣାରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking