34.1 C
Bhubaneswar
Friday, March 29, 2024
Homeଓଡିଶାପୂରଣ ହେବ ଶିକ୍ଷକ ପଦବୀ

ପୂରଣ ହେବ ଶିକ୍ଷକ ପଦବୀ

ଭୁବନେଶ୍ୱର : ହାଇସ୍କୁଲରେ ଖାଲି ପଡ଼ିଥିବା ୧୦ହଜାର ଶିକ୍ଷକ ପଦ ପୂରଣ ହେବ । ୪ହଜାର ୪ଶହ ୪୫ ହିନ୍ଦୀ, ସଂସ୍କୃତ, ଶାରୀରିକ ଶିକ୍ଷା ଶିକ୍ଷକ ନିଯୁକ୍ତ ହେବ । ୬ହଜାର ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର ନିଯୁକ୍ତି ଲାଗି ଯୋଜନା । ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ମାଧ୍ୟମରେ ଚୟନ କରାଯିବ । ପ୍ରବେଶିକା ପରୀକ୍ଷା ସିବିଟି ବା କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ମାଧ୍ୟମରେ ହେବ । ସିବିଟି ମାଧ୍ୟମରେ ପରୀକ୍ଷା ଲାଗି ସ୍ୱତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ । ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲରେ ଖାଲିଥିବା ୪ ହଜାର ୪୪୫ ହିନ୍ଦୀ, ସଂସ୍କୃତ ଓ ପିଇଟି ପଦ ପୂରଣ ଲାଗି ଅର୍ଥ ବିଭାଗ ପକ୍ଷରୁ ଅନୁମତି ମିଳିସାରିଛି। ଏଥିସହ ୬ ହଜାର ଟିଜିଟି ପଦ ପୂରଣ ଲାଗି ମଧ୍ୟ ପ୍ରକ୍ରିୟା ଜାରି ରହିଛି। ତେଣୁ ଚଳିତବର୍ଷରେ ୧୦ ହଜାର ୪୪୫ ଶିକ୍ଷକ ନିଯୁକ୍ତି କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବୈଷୟିକ କମିଟି ଏଦିଗରେ ବ୍ୟାପକ ମାନସମନ୍ଥନ କରିବା ସହ ସିବିଟି ମାଧ୍ୟମରେ ନିଯୁକ୍ତି ପ୍ରକ୍ରିୟା କରିବା ପାଇଁ ପ୍ରସ୍ତାବ ଦେଇଛି। ଯାହାକୁ ଆଧାର କରି ‌ବିଭାଗ ଏବେ ପ୍ରବେଶିକା ପରୀକ୍ଷା ଲାଗି ଟେଣ୍ଡର ଆହ୍ବାନ କରିବାକୁ ଯାଉଛି। ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଗଣଶିକ୍ଷା ବିଭାଗଠାରୁ ଅନୁମତି ଲୋଡ଼ାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking