34.1 C
Bhubaneswar
Thursday, April 25, 2024
Homeଓଡିଶାଶିକ୍ଷକଙ୍କୁ ମିଳିବନି ଖରାଛୁଟି

ଶିକ୍ଷକଙ୍କୁ ମିଳିବନି ଖରାଛୁଟି

ଭୁବନେଶ୍ୱର: ଏବେ ଖରାଛୁଟିରେ ସ୍କୁଲରେ ହେବ ଏକ୍ସଟ୍ରା କ୍ଲାସ । ଏଣିକି ଶିକ୍ଷକଙ୍କୁ ମିଳିବନି ଖରାଛୁଟି । ଦୁର୍ବଳ ଛାତ୍ରଙ୍କୁ ସ୍ବତନ୍ତ୍ର କ୍ଲାସ ନେଇ ପାଠ ପଢ଼ାଇବେ ଶିକ୍ଷକ । ଉଜ୍ଜ୍ୱଳ, ଉତଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢାଇବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ତେବେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।

ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ସଂପୂର୍ଣ୍ଣ ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ ଶିକ୍ଷକ । ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର କମ୍ ରହୁଛି । ଏହି ସମସ୍ୟା ଦୂର କରିବା ଲାଗି ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ପାଠ ପଢ଼ାଯିବା ଜରୁରୀ ହୋଇପଡ଼ିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking