39.1 C
Bhubaneswar
Wednesday, April 24, 2024
Homeଓଡିଶାନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଜଣେ ଶିକ୍ଷକଙ୍କ ଉଲଗ୍ନ ଏବଂ ଗଳିତ ଶବ ନଦୀଶର୍ଯ୍ୟାରୁ ଉଦ୍ଧାର କରାଯାଇଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା ଅନ୍ତର୍ଗତ ଘୁଗୁଡ଼ିପଡ଼ା ପଞ୍ଚାୟତ ମର୍ଦ୍ଦାବାଡ଼ି ଗ୍ରାମ ସାହିତ୍ୟ ଶିକ୍ଷକ ସୀମାଞ୍ଚଳ ବିଶ୍ୱାଳ (୪୦) ଗତ ସ୍ୱାଧୀନତା ଦିବସ ଠାରୁ ନିଖୋଜ ଥିଲେ । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କିଛି ସନ୍ଧାନ ପାଇନଥିଲେ । ଘୁଗୁଡ଼ିପଡ଼ା ନିକଟ ବୃତ୍ତଙ୍ଗ ନଦୀ ଶର୍ଯ୍ୟାରେ ଶିକ୍ଷକଙ୍କ ଉଲଗ୍ନ ଏବଂ ଗଳିତ ଶବ ପଡ଼ିଥିବା ଦେଖାଯାଇଥିଲା । ଜଣେ ଛେଳି ଚରାଳି ଶବ ପଡ଼ିଥିବା ଦେଖି ସୀମାଞ୍ଚଳଙ୍କ ପରିବାରକୁ ଖବର ଦେଇଥିଲା । ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଏହା ସୀମାଞ୍ଚଳଙ୍କ ମୃତଦେହ ବୋଲି ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବାସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି । ଏନେଇ ସୀମାଞ୍ଚଳଙ୍କ ବାପା ମୋହନ ବିଶ୍ୱାଳ ତାଙ୍କ ପୁଅକୁ କେହି ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ଦଶପଲ୍ଲା ଥାନାରେ ଅଭିଯୋଗ କରିଛନ୍ତି । ମୃତ ସୀମାଞ୍ଚଳଙ୍କ ମୁହଁ ଓ ପିଠିରେ ଶକ୍ତ ଆଘାତ ଲାଗିଥିବା ବେଳେ ଦାନ୍ତ ସବୁ ଝଡ଼ିଯାଇଥିବା ଦେଖାଯାଇଛି । ଏଥିସହିତ ତାଙ୍କ ଯୌନାଙ୍ଗ ଫୁଲିଯାଇଥିବା ଦେଖାଯାଇଛି । ଯାହାକୁ ନେଇ ସୀମାଞ୍ଚଳକୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଶିକ୍ଷକ ସୀମାଞ୍ଚଳ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ତଳଢ଼ିକିରି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ରହିଥିବା ବେଳେ ତାଙ୍କ ପôତୀ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ହାତ ରହିଥିବା ନେଇ ସନ୍ଦେହ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷେ, ଅଭିଯୋଗକୁ ଆଧାରକରି ଦଶପଲ୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିର୍ପୋଟକୁ ଅପେକ୍ଷା କରାଯାଇଥିବା ଜଣାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking