27.8 C
Bhubaneswar
Friday, April 19, 2024
Homeଓଡିଶାଛାତ୍ରଙ୍କୁ ମାଡ଼ ମାରି ଶିକ୍ଷକ ନିଲମ୍ବିତ : ପ୍ରତ୍ୟାହାର ନହେଲେ ସଂଘର ଆନ୍ଦୋଳନ ଚେତାବନୀ 

ଛାତ୍ରଙ୍କୁ ମାଡ଼ ମାରି ଶିକ୍ଷକ ନିଲମ୍ବିତ : ପ୍ରତ୍ୟାହାର ନହେଲେ ସଂଘର ଆନ୍ଦୋଳନ ଚେତାବନୀ 

 
ଦିଗପହଣ୍ଡି : ସିଦ୍ଧେଶ୍ୱର ନୋଡାଲ୍ ହାଇସ୍କୁଲର ସପ୍ତମ ଶ୍ରେଣୀ ଛାତ୍ର ପି.ସୁଜିତ୍ ପାତ୍ରକୁ ମାଡ଼ ମାରିଥିବା ଅଭିଯୋଗରେ ସମ୍ପୃକ୍ତ ଶିକ୍ଷକ ବିରଣୀ ସାହୁଙ୍କୁ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଗତ ଶନିବାର ନିଲମ୍ବିତ କରିଛନ୍ତି । ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ସେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବୋଲି ବିଇଓ ସୂଚନା ଦେଇଛନ୍ତି । ଶିକ୍ଷକ ବିରଣୀ ସାହୁ ନିଲମ୍ବିତ ହେବା ପରେ ବ୍ଳକ୍ ପ୍ରାଥମିକ ଶିକ୍ଷକ ସଂଘ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୋମବାର ବିଇଓ କାର୍ଯ୍ୟାଳୟ ଆଗରେ ସଂଘର ସମସ୍ତ ଶିକ୍ଷକ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ଏଭଳି ମିଥ୍ୟା କପୋଳକଳ୍ପିତ ଘଟଣାର ସତ୍ୟାସତ୍ୟ ଉପରେ ଖବର ପ୍ରକାଶ କରିବା ପାଇଁ ସଂଘର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀରେ ନିବେଦନ କରିଛନ୍ତି । ଏହି ଘଟଣାଟି ସମ୍ପୁର୍ଣ୍ଣ ମିଥ୍ୟା ବୋଲି ସଂଘର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି । ଏହାର ନିରପେକ୍ଷ ତଦନ୍ତ ନକରି ତରବରିଆ ଭାବରେ ଶିକ୍ଷକ ବିରଣୀ ସାହୁଙ୍କ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଶିକ୍ଷକ ନେତାମାନେ କ୍ଷୋଭ ପ୍ରକାଶ କରିଛନ୍ତି ।
ଘଟଣା ସମ୍ପର୍କରେ ଶିକ୍ଷକ ବିରଣୀ ସାହୁଙ୍କ  ବିରୁଦ୍ଧରେ ଦିଗପହଣ୍ଡି ଥାନାରେ ଏକ ମାମଲା ଋଜୁ ପଛରେ ଏକ ହୀନ ରାଜନୈତିକ ଚକ୍ରାନ୍ତ କରୁଥିବା ଗୋଷ୍ଠୀର ହାତ ରହିଛି । ଏହା ବିରୁଦ୍ଧରେ ଆଉ ଏକ ଅଭିଯୋଗ ପତ୍ର ଥାନା ଅଦିକାରୀଙ୍କୁ ଦେବେ ବୋଲି ଶିକ୍ଷକ ସଂଘର ନେତା ରାଜେନ୍ଦ୍ର କୁମାର ଗୌଡ, ସମ୍ପାଦକ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଓ ଉପେନ୍ଦ୍ର କୁମାର ପଣ୍ଡା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଯଦି ଶିକ୍ଷକ ବିରଣୀ ସାହୁଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ନହେଲେ ସଂଘ ଆନ୍ଦୋଳନକୁ ତିବ୍ରତର କରିବ ବୋଲି ସଂଘର ଉପଦେଷ୍ଠା ବିଜୟ କୁମାର ପ୍ରଧାନ, ଶିବରାମ ପ୍ରଧାନ,ସୁଧାଂଶୁ କୁମାର ପଣ୍ଡା ଓ ହୃଷିକେଶ ଗୌଡ ପ୍ରମୁଖ ଚେତାବନୀ ଦେଇଛନ୍ତି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking