27.8 C
Bhubaneswar
Wednesday, April 17, 2024
Homeଓଡିଶାଶ୍ରେଣୀଗୃହରେ ଶୋଇଲେ ପ୍ରଧାନ ଶିକ୍ଷୟିତ୍ରୀ

ଶ୍ରେଣୀଗୃହରେ ଶୋଇଲେ ପ୍ରଧାନ ଶିକ୍ଷୟିତ୍ରୀ

ରସୁଲପୁର : ରସୁଲପୁର ବ୍ଲକ ଅନ୍ତର୍ଗତ କଇଁଚି ଶାସନ ନୋଡାଲ ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ପ୍ରମିଳା ଦେଓ ଶ୍ରେଣୀଗୃହରେ ଶୋଇ ପଡିଥିବାର ଏକ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏହାକୁ ଦେଖି ଅନେକ ସଚେତନ ନାଗରିକଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ପିଲାମାନଙ୍କୁ ପାଠ ପଢାଇ ଶିକ୍ଷିତ କରିବା ସହ ବଡ ବଡ ସ୍ୱପ୍ନ ଦେଖାଇବାର ଦାୟିତ୍ୱ ଶିକ୍ଷକଙ୍କ କାନ୍ଧରେ ରହିଛି । ଏହାକୁ ତଦାରଖ କରିବା ଦାୟତ୍ୱ ପ୍ରଧାନଶିକ୍ଷକଙ୍କୁ ଦିଆଯାଇଛି । ଯେଉଁଠି ଖୋଦ୍ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ପ୍ରକୋଷ୍ଠରେ ଚୌକିରେ ବସି ଶୋଇପଡୁଛନ୍ତି । ସେଠି ପିଲାଙ୍କ ଭବିଷ୍ୟତ କଣ ହେବ ତା ବାହାରୁ ଢେର ଅନୁମାନ ଲଗାଯାଇ ପାରୁଛି ।
ସୂଚନା ଅନୁଯାୟୀ, ବିଦ୍ୟାଳୟରେ ୧ ରୁ ୭ମ ଶ୍ରେଣୀ ରହିଛି । ଏ ସମସ୍ତ ଶ୍ରେଣୀରେ ମୋଟ ୭୧ଜଣ ପିଲା ଅଧ୍ୟୟନରତ ଅଛନ୍ତି । ଏହି ବିଦ୍ୟାଳୟରେ ୪ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ପ୍ରଧାନ ଶିକ୍ଷୟିତ୍ରୀ ପିଲାଙ୍କୁ ପାଠପଢା ଦେଇ ଶୋଇପଡିଥିବାର ଦୃଶ୍ୟକୁ ସ୍ଥାନୀୟ ଅଞ୍ଚଳର ଜନୈକ ବ୍ୟକ୍ତି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ଛାଡି ଦେଇଥିଲେ । ଏହା ଜାଣି ସତ୍ୟାସତ୍ୟ ଜାଣିବା ପାଇଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେଓଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲୁ । ସେ ଏହାକୁ ସ୍ୱୀକାର କରିଥିଲେ । ଉକ୍ତ ଘଟଣା ଦିନ ତାଙ୍କ ଦେହ ଅସୁସ୍ଥ ଥିଲା । ସେ ପିଲାଙ୍କୁ ପାଠପଢା ଦେଇ ଶୋଇପଡିଥିଲେ । ମାତ୍ର ସେ ସମୟରେ ଖାଇବା ଛୁଟି ହୋଇଥିଲା ବୋଲି ସଫେଇ ଦେଇଥିଲେ । ମାତ୍ର ଏ ନେଇ ରସୁଲପୁର ବ୍ଲକ ଶିକ୍ଷାଧିକାରୀ ସାନ୍ତନୁ କୁମାର କରଙ୍କ ସହ ଯୋଗଯୋଗ କରିବାରୁ ସେ ଏ ସଂପର୍କରେ ଅବଗତ ଅଛନ୍ତି ବୋଲି ଜଣାଇଥିଲେ । ଏ ନେଇ ସେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କୈଫତ ତଲବ କରିଛନ୍ତି । ସେ କେଉଁ ପରିସ୍ଥିତିରେ ଶ୍ରେଣୀ ପ୍ରକୋଷ୍ଠରେ ଶୋଇପଡିଲେ ସେ ନେଇ ଲିଖିତ ଉତ୍ତର ଦେବାକୁ କୁହାଯାଇଛି । ପ୍ରକାଶଥାଉ କି ଦିଆନଚକ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତୀ ଭଦ୍ର ବିଦ୍ୟାଳୟକୁ ନଆସି ଦରମା ନେଉଥିବା ଘଟଣାକୁ ୨୪ ଘଣ୍ଟା ପୁରି ନାହିଁ । ତେଣେ ଶ୍ରେଣୀ ପ୍ରକୋଷ୍ଠରେ ଜଣେ ଶିକ୍ଷୟିତ୍ରୀ ଶୋଇପଡିବା ଘଟଣା ଏହି ବ୍ଲକର ଶିକ୍ଷା ବ୍ୟବସ୍ଥା ଓ ଅବସ୍ଥା ସଂପର୍କରେ ସଠିକ୍ ସୂଚନା ମିଳିପାରୁଛି । ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking