31.1 C
Bhubaneswar
Friday, March 29, 2024
Homeଓଡିଶାଡିିଇଓଙ୍କ କ୍ୱାର୍ଟର୍ସରେ ଆତ୍ମହତ୍ୟା

ଡିିଇଓଙ୍କ କ୍ୱାର୍ଟର୍ସରେ ଆତ୍ମହତ୍ୟା

କୋରାପୁଟ : କୋରାପୁଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଛନ୍ତି ଜଣେ ଶିକ୍ଷକ । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଶିକ୍ଷକଙ୍କ ନାମ ଚିତ୍ତ ।
ସୂଚନା ଅନୁସାରେ, ଦଶମନ୍ତପୁର ବ୍ଲକ ଚିକାମ୍ୱା ପ୍ରାଥମିକ ସ୍କୁଲର ଚିତ୍ତ ପଣ୍ଡା ଡିଇଓଙ୍କ କାର୍ଯ୍ୟାଳୟରେ ଡେପୁଟେସନରେ ନିୟୋଜିତ ହୋଇଥିଲେ । ସବୁଦିନ ପରି ଆଜି ଡିଇଓଙ୍କ କାର୍ଯ୍ୟାଳୟକୁ ଆସି କାମ କରୁଥିଲେ । ତେବେ ଆଜି ଡିଇଓ ପ୍ରମୋଦ କିଶୋର ପଣ୍ଡା ଅଫିସିଆଲ୍ ଟୋରରେ ବୈପାରିଗୁଡ଼ା ଯାଇଥିଲେ । ଆଉ ଗଲା ବେଳେ ନିଜ କ୍ୱାର୍ଟର୍ସର ଚାବି ଚିତ୍ତଙ୍କୁ ଦେଇଥିଲେ । ଅଫିସ ଟାଇମ୍ ହୋଇଥିଲେ ମଧ୍ୟ ଚିତ୍ତଙ୍କ ଦେଖା ମିଳିଥିଲା । ତେଣୁ ସାଥୀ କର୍ମଚାରୀମାନେ ତାଙ୍କୁ ଫୋନ୍ କରିଥିଲେ । ମାତ୍ର ସେ ଫୋନ୍ ଗ୍ରହଣ କରିନଥିଲେ । ପରେ ଚିତ୍ତଙ୍କୁ ଡିଇଓଙ୍କ କ୍ୱାର୍ଟର୍ସରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଆଉ କ୍ୱାର୍ଟର୍ସର କବାଟ ଭିତର ପାର୍ଶ୍ୱରୁ ବନ୍ଦ ରହିଥିଲା । ଝରକା ପାର୍ଶ୍ୱରୁ ଦେଖି ସାଥୀ କର୍ମଚାରୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ସେ ଝୁଲି ପଡ଼ିଲେ, ତାହା ଜଣାପଡ଼ି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking