26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶିକ୍ଷକ ସାଜିଲା ରାକ୍ଷସ: ୧୦ ଛାତ୍ରଙ୍କ ସହ କରିଲା ଏପରି କାଣ୍ଡ

ଶିକ୍ଷକ ସାଜିଲା ରାକ୍ଷସ: ୧୦ ଛାତ୍ରଙ୍କ ସହ କରିଲା ଏପରି କାଣ୍ଡ

ନୂଆଦିଲ୍ଲୀ: ଆମେ ଯେତେବେଳେ କୌଣସି ଶିକ୍ଷକଙ୍କ କଥା କହୁ ଆମ ମନରେ ସେମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ଆସିଥାଏ । କାରଣ ଗୋଟିଏ ଛାତ୍ରକୁ ଜଣେ ଶିକ୍ଷକ ହିଁ ଏକ ଉତ୍ତମ ମଣିଷ ରୂପେ ଗଢି ତୋଳିଥାନ୍ତି । କିନ୍ତୁ ଯେତେବେଳେ ସେହି ଶିକ୍ଷକ ରାକ୍ଷସ ସାଜିବେ, ଛାତ୍ରଛାତ୍ରୀ ଓ ଅଭିଭାବକ କାହାକୁ ବିଶ୍ୱାସ କରିବେ । ତେବେ ପାକିସ୍ତାନରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ପାକିସ୍ତାନର ପଞ୍ଜାବ ପ୍ରଦେଶର ଏକ ମଦ୍ରାସାରେ ଗତ ଦୁଇ ମାସ ଧରି ୧୦ ଜଣ ଛାତ୍ର ଯୌନ ଶୋଷଣର ଶିକାର ହେଉଥିଲେ । ତେବେ ଏପରି କାଣ୍ଡ ଆଉ କେହି ନୁହେଁ ବରଂ ଜଣେ ଶିକ୍ଷକ ହିଁ କରୁଥିଲେ । ଯାହାଙ୍କୁ ବର୍ତ୍ତମାନ ପୋଲିସ ଗିରଫ କରିଛି ।

ସୂଚନା ଅନୁଯାୟୀ, ଲାହୋରଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ ଥିବା ସାଦିକାବାଦ ରହୀମ୍ ୟାର ଖାନର ଭୁଟ୍ଟା ବହାଂ ସହରରେ ଅଭିଯୁକ୍ତକାରୀ ବଶୀର ଗତ ଦୁଇ ମାସ ଧରି ପିଲାମାନଙ୍କୁ ଅସଦାଚରଣ କରୁଥିବା ସ୍ୱୀକାର କରିଛି । ତେବେ ମଦ୍ରାସା ଛାତ୍ରମାନଙ୍କ ଅଭିଭାବକ ଏଫଆଇଆର ଦେବା ପରେ ପୋଲିସ ଶିକ୍ଷକଙ୍କୁ ଗିରଫ କରିଥିଲା । ଏଫଆଇଆରରେ ଅବିଭାବକମାନେ ଅଭିଯୋଗ କରିଥିଲେ ଯେ ଶିକ୍ଷକ ସେମାନଙ୍କ ପିଲାମାନଙ୍କୁ ଜୋର ଜବରଦସ୍ତି ମାଦ୍ରାସର ଏକ କୋଠରୀକୁ ନେଇ ସେମାନଙ୍କ ସହିତ ଅସଦାଚରଣ କରିବା ସହ ଏହି କଥା ଅନ୍ୟକୁ କହିଲେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଥିଲେ ।

ତେବେ ପୋଲିସ୍ ଏହି ଶୋଷଣର ଶିକାର ହୋଇଥିବା ୪ ଜଣ ପୀଡିତ ଛାତ୍ରମାନଙ୍କ ଡାକ୍ତରୀ ପରୀକ୍ଷା କରାଇବା ପାଇଁ ସେମାନଙ୍କୁ ମେଡିକାଲ ପଠାଯାଇଛି ।ଏଥି ସହିତ ପୋଲିସ ଅନ୍ୟ ପିଲାମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ସେମାନେ ଯଦି ଏହି ଯୌନ ଶୋଷଣର ଶିକାର ହୋଇଛନ୍ତି ତେବେ ସେ ପୋଲିସକୁ ଜଣାଇ ପାରିବେ । ତେବେ ଏହି ଘଟଣାକୁ ନେଇ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରିବା ସହ ଏହି ପୀଡିତଙ୍କ ସଂଖ୍ୟା ୧୦ରୁ ଅଧିକ ହୋଇପାରେ ବୋଲି ଅନୁମାନ କରିଛି । ତେବେ ପୋଲିସର ସୂଚନା ଅନୁଯାୟୀ, ଏହି ଘଟଣାରେ ଅଧିକ ତଥ୍ୟ ଓ ପ୍ରମାଣ ପାଇଁ ଅଭିଯୁକ୍ତ ବଶିରକୁ ୪ ଦିନ ପାଇଁ ରିମାଣ୍ଡରେ ନେଇଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking