26.7 C
Bhubaneswar
Friday, April 19, 2024
Homeଅପରାଧକଳଙ୍କିତ ଗୁରୁ,କଣ କଲେ ଜାଣନ୍ତୁ

କଳଙ୍କିତ ଗୁରୁ,କଣ କଲେ ଜାଣନ୍ତୁ

ମାଲକାନଗିର : ମାଲକାନଗିରି ଜିଲ୍ଲା ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ଅଭିଯୋଗରେ ପୁଲିସ ଗିରଫ କରିଛି । ନୂଆଗୁଡ଼ା ବିଦ୍ୟାଳୟର ଶିକ୍ଷକ ସମରା ପଡ଼ିଆମୀ କୋରୁକୋଣ୍ଡା ଅଞ୍ଚଳର ଜଣେ ୧୬ବର୍ଷିୟା ନାବାଳିକାଙ୍କ ସହ ଗତ କିଛି ମାସ ହେଲା ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିଆସୁଥିଲା । ଏହି ବିଷୟରେ ବିଶେଷ ସୂତ୍ରରୁ ଖବରପାଇ ମାଲକାନଗିରି ଚାଇଲଡ୍ ଲାଇନର ସଦସ୍ୟା ସୁକାନ୍ତି ବିଶ୍ୱାଳ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ମାଲକାନଗିରି ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । ଇତିମଧ୍ୟରେ ନାବାଳିକା ଜଣକ ୩ ମାସର ଗର୍ଭବତୀ ହୋଇଛନ୍ତି । ଏ ସମ୍ପର୍କରେ ନାବାଳିକାଙ୍କ ଭାଇ ମାଲକାନଗିରି ଆଦର୍ଶ ଥାନାରେ ଏକ ଏତଲା ଦେଇଥିଲେ । ପରେ ପୁଲିସ୍ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ମାଲକାନଗିରି ଆଦର୍ଶ ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମପ୍ରସାଦ ନାଗ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking