39.8 C
Bhubaneswar
Thursday, April 18, 2024
Homeଓଡିଶାପାଲଲହଡ଼ାରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା : ମଦ ପିଇ ସ୍କୁଲ ଆସୁଛନ୍ତି ପ୍ରଧାନଶିକ୍ଷକ

ପାଲଲହଡ଼ାରେ ବିଚିତ୍ର ଶିକ୍ଷା ବ୍ୟବସ୍ଥା : ମଦ ପିଇ ସ୍କୁଲ ଆସୁଛନ୍ତି ପ୍ରଧାନଶିକ୍ଷକ

ପାଲଲହଡ଼ା : ବିଚିତ୍ର ଶିକ୍ଷା ବ୍ୟବସ୍ଥା । ମଦ୍ୟପ ପ୍ରଧାନଶିକ୍ଷକଙ୍କ ହାତରେ ଶିଶୁଙ୍କ ଉଜ୍ୱଳ ଭବିଷ୍ୟତ । ଏମିତି ଏକ ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଡୁଡୁପାଣି ପ୍ରାଇମେରୀ ସ୍କୁଲରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ପାଲଲହଡ଼ାଠାରୁ ୧୫କିମି ଦୂର ବନ୍ଧାଭୂଇଁ ପଞ୍ଚାୟତ ଅନ୍ତର୍ଗତ ଡୁଡୁପାଣି ପ୍ରାଥମିକ ବିଦ୍ୟାଳୟରେ ୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ୨ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ଜଣେ ପ୍ରଧାନ ଶିକ୍ଷକ କନ୍ଦର୍ପ ଚରଣ ନାୟକ ଓ ଅନ୍ୟଜଣେ ଶିକ୍ଷକ ଅଲେଖ ଚରଣ ଗିରି । ତେବେ ପ୍ରଧାନଶିକ୍ଷକ କନ୍ଦର୍ପ ଚରଣ ନାୟକ ପ୍ରତ୍ୟେହ ମଦ୍ୟପାନ ସହ ଗଞ୍ଜେଇ ଭଳି ମାଦକଦ୍ରବ୍ୟ ସେବନ କରି ବିଦ୍ୟାଳୟକୁ ଆସିଥାନ୍ତି । ଆଜି ମଧ୍ୟାହ୍ନ ୧୨ଟାବେଳେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ମଦ ପିଇ ଶ୍ରେଣୀଗୃହରେ ଚେୟାରରେ ବସି ଟଳମଳ ହେଉଥିବା ଦେଖିବାକୁ ମିଳିଥିବାବେଳେ କୌଣସି କଥା କହି ପାରୁନଥିଲେ । ଦୀର୍ଘ ସମୟ ପରେ ନିଶା କମିବାରୁ ମଦ ପିଇ ଓ ନିଶା ସେବନ କରି ସ୍କୁଲକୁ କାହିଁକି ଆସୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଆଜି ସ୍କୁଲ ନିକଟସ୍ଥ ଜମରଡିହ ହାଟ ଥିବାରୁ ସେ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନଭୋଜନ ପାଇଁ ପରିବା କିଣିବାକୁ ଯାଇଥିଲେ । ସେଠାରେ ଟିକେ ମଦ ଏବଂ ଗଞ୍ଜେଇ ଟାଣି ଦେଇ ଆସିଥିବା କହିଥିଲେ । ଜଣେ ପ୍ରଧାନଶିକ୍ଷକ ଯଦି ମଦ ପିଇ ଏବଂ ନିଶା ଟାଣି ସ୍କୁଲକୁ ଆସୁଛନ୍ତି ତେବେ ସେଠାରେ ଶିଶୁଙ୍କ ଭବିଷ୍ୟତ କିଭଳି ଗଢା ହେଉଥିବ ତାହା ଏଥିରୁ ସ୍ପଷ୍ଟ ବୁଝାପଡ଼ୁଛି । ଏ ସମ୍ପର୍କରେ ପାଲଲହଡ଼ା ବିଇଓ ଚିତ୍ତରଞ୍ଜନ ପରିଡ଼ାଙ୍କୁ ପଚରାଯିବାରୁ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ତେବେ ବିଇଓ ଶ୍ରୀ ପରିଡ଼ା ପ୍ରଧାନଶିକ୍ଷକଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking