40.1 C
Bhubaneswar
Thursday, April 25, 2024
Homeଅପରାଧଫୋନ୍ ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ ଟାଟା ପାୱାର ଅଧିକାରୀ

ଫୋନ୍ ପେ’ରେ ଲାଞ୍ଚ ନେଇ ଧରାପଡ଼ିଲେ ଟାଟା ପାୱାର ଅଧିକାରୀ

ଭୁବନେଶ୍ୱର: ହାତରେ ନୁହେଁ, ଫୋନ ପେ’ରେ ଟଙ୍କା ପଠାଅ । ପ୍ରଥମ ଥର ଏଭଳି ଭାବେ ଲାଞ୍ଚ ନେଉଥିବା ଜଣେ ଲାଞ୍ଚୁଆ ବାବୁ ଓ ତାଙ୍କ ସହଯୋଗୀଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ଏହା ହେଉଛି ପ୍ରଥମ ମାମଲା ଯେତେବେଳେ ଜଣେ ଅଧିକାରୀ ହାତାହାତି ନୁହେଁ ଅନଲାଇନ ମୋଡରେ ଲାଞ୍ଚ ଟଙ୍କା ନେଉଥିଲେ । ଏହି ଅଧିକାରୀ ଜଣକ ହେଉଛନ୍ତି ଟାଟା ପାୱାର ନୟାପଲ୍ଲୀର ତରୁଣ ରଂଜନ ନାୟକ । ସେହିପରି ଏହି ଲାଞ୍ଚ ନେବାରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହଯୋଗୀ ଶ୍ରୀମତୀ ଶୈଳଜା ମୁଦୁଲି ।

ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ଘରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଏହି ଲାଞ୍ଚ ଟଙ୍କା ନେଇଥିଲେ । ଗତକାଲି ତରୁଣ ରଂଜନ ନାୟକ ଅଭିଯୋଗକାରୀଙ୍କୁ ୧୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ହାତାହାତି ନୁହେଁ ଫୋନ ପେ ମାଧ୍ୟମରେ ହିଁ ଟଙ୍କା ଦେବାକୁ ସଫା ସଫା କହିଦେଇଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ତରୁଣଙ୍କ ସହଯୋଗୀ ଦେଇଥିବା ଫୋନ୍ ପେ ନମ୍ବରରେ ୧୦,୦୦୦ ଟଙ୍କା ଲାଞ୍ଚ ଦେଇଥିଲେ । ଏହାପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଉଭୟଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking