28.1 C
Bhubaneswar
Wednesday, April 24, 2024
Homeଓଡିଶାତାରାତାରିଣୀ ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ

ତାରାତାରିଣୀ ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ । ବିଶେଷକରି ଗୁଜରାଟ ଓ ମହାରାଷ୍ଟ୍ରରୁ ପ୍ରତିଦିନ ଶହ ଶହ ପ୍ରବାସୀ ଟ୍ରେନ୍ ଯୋଗେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚୁଛନ୍ତି । ସେମାନଙ୍କ ଥର୍ମାଲ ଟେଷ୍ଟ ହେଉଛି । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଗତକାଲି ଜଣେ ସୁରଟ ଫେରନ୍ତା ଥର୍ମାଲ୍ ଟେଷ୍ଟରେ ଶରୀରର ଉତ୍ତାପ ଅଧିକ ଥିବା ଜଣାପଡ଼ିବା ପରେ ତାଙ୍କୁ ଡାକ୍ତରଖାନା ପଠାଇବାକୁ ସ୍ଥାନୀୟ ପ୍ରଶାସନ ପରାମର୍ଶ ଦେଇଥିଲା । କିନ୍ତୁ ପରେ ବହୁ ଯୁକ୍ତିତର୍କ ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ବ୍ରହ୍ମପୁର ରେଳଷ୍ଟେସନ୍ ବିଶୋଧନ ହୋଇଛି । ବସ୍ ଓ ରେଳ ଯୋଗେ ଫେରୁଥିବା ପ୍ରବାସୀଙ୍କ ନାମ ଓ ଠିକଣା ପଞ୍ଜୀକରଣ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ତାଲିକା ସମ୍ପୃକ୍ତ ପଞ୍ଚାୟତକୁ ପଠାଇ ଦିଆଯିବ । କିନ୍ତୁ ଏଭଳି ଘୋଷଣା କାର୍ଯ୍ୟକାରୀ ହୋଇନି ।

ଚେକିଂ ଜୋରଦାର କରିଛି ପୁଲିସ ଓ ପ୍ରଶାସନ । କିନ୍ତୁ ସାଧାରଣ ଲୋକଙ୍କୁ ଫରକ ପଡ଼ିନି । ଲୋକ ଅମାନିଆ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସମ୍ଭବ ହୋଇନି । ମାସ୍କ ପରିଧାନ କରିନଥିବା ଅଭିଯୋଗରେ ଧରପଗଡ଼ ହେଉଛି । ଜରିମାନା ଆଦାୟ ହେଉଛି । ବିଭିନ୍ନ ଯାତ୍ରା ଉତ୍ସବରେ କଟକଣା ଜାରି ହୋଇଛି । ତାରାତାରିଣୀ ଚେହତ୍ର ମଙ୍ଗଳବାର ଯାତ୍ରା ବେଳକୁ ବେଳ କଟକଣା କଡ଼ାକଡ଼ି ହୋଇଛି । କେବଳ ପୁରୁଷୋତ୍ତମପୁର ବ୍ଲକ୍ ଓ ଏନ୍‌ଏସି ଲୋକଙ୍କୁ ଦର୍ଶନ ଅନୁମତି ମିଳିଥିଲା । ତାହା ସଂଶୋଧନ କରାଯାଇ ସ୍ଥାନୀୟ ଲୋକ ହେଲେ ବି ପରିଚୟପତ୍ର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking