29.4 C
Bhubaneswar
Thursday, April 18, 2024
Homeଓଡିଶାରଣାଙ୍ଗନ ପାଲଟିଥିଲା ତରଭା ଥାନା

ରଣାଙ୍ଗନ ପାଲଟିଥିଲା ତରଭା ଥାନା

ତରଭା : ରଣାଙ୍ଗନ ପାଲଟିଥିଲା ତରଭା ଥାନା ଅଧିନସ୍ଥ କମସରା ଫାଣ୍ଡି । କମସରା ହରିଜନପଡ଼ାର ୫୦ରୁ ଊର୍ଦ୍ଧ୍ୱ ପୁରୁଷ ମହିଳା ଫାଣ୍ଡିରେ ପଶି ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଗୋଟିଏ ବାଇକ୍‌,ଗୋଟିଏ କାଠ ଟେବଲ୍‌, ତିନୋଟି ପ୍ଲାଷ୍ଟିକ ଚୌକି ଭାଙ୍ଗି ଦେଇଛନ୍ତି । ଭିଡର ଉଗ୍ରରୂପ ଦେଖି ଫାଣ୍ଡିରେ ଥିବା ହାତଗଣତି କର୍ମଚାରୀ ନିରବଦ୍ରଷ୍ଟା ସାଜିଥିଲେ । ସୂଚନା ଅନୁଯାୟୀ, କମସରା ଛକରେ ହୃଦାନନ୍ଦ ଘିବେଲା ଏକ କୁକୁଡ଼ା ଦୋକାନ କରିଛନ୍ତି । ବୁଧବାର ସନ୍ଧ୍ୟାରେ ହରିଜନପଡ଼ାର ତାରାକାନ୍ତ ତାଣ୍ଡି ହୃଦାନନ୍ଦର ଦୋକାନକୁ ଯାଇ ଧାରରେ କୁକୁଡ଼ା ମାଂସ ମାଗିଥିଲା । ଧାରରେ ଦେବାକୁ ହୃଦାନନ୍ଦ ମନା କରିବାରୁ ତାରାକାନ୍ତ ତାକୁ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହ ଝଗଡ଼ା କରିଥିଲା । ହୃଦାନନ୍ଦ ମୋବାଇଲ ଯୋଗେ ଫାଣ୍ଡି ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇ ସାହାଯ୍ୟ ମାଗିଥିଲା । ସେ ସମୟରେ ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ ତରଭା ଥାନାରୁ କମସରାକୁ ଫେରୁଥିଲେ ।

ଫୋନ ପାଇବାପରେ ଘଟଣାସ୍ଥଳରେ ପହଞ୍ôଚ ତାରାକାନ୍ତକୁ ଧରି ଫାଣ୍ଡିକୁ ନେଇଥିଲେ । ସେହି ସମୟରେ ତାରାକାନ୍ତର ପତ୍ନୀ ଫାଣ୍ଡିକୁ ଆସି ମୋର ସ୍ୱାମୀକୁ କାହିଁକି ଆଣିଛ ବୋଲି ପାଟିତୁଣ୍ଡ କରିଥିଲା । ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ ୨ଜଣ କନଷ୍ଟେବଳଙ୍କ ସହ ତାରାକାନ୍ତକୁ ତରଭା ଥାନାକୁ ଆଣିଥିଲେ । ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ ତାରାକାନ୍ତକୁ ନେଇ ତରଭା ଥାନାକୁ ଯିବା ଖବର ପଡ଼ାରେ ପ୍ରଚାର ହେବାପରେ ପଡ଼ାର ୫୦ରୁ ଊର୍ଦ୍ଧ୍ୱ ପୁରୁଷ ମହିଳା ଫାଣ୍ଡି ଉପରେ ଆକ୍ରମଣ କରିଥିଲେ । ସେମାନେ ଭଙ୍ଗାରୁଜା କରିବାପରେ କନଷ୍ଟେବଳ ପ୍ରକାଶ ଧରୁଆଙ୍କୁ ମାଡ଼ ମାରିଥିଲେ । ସେ ସମୟରେ ଫାଣ୍ଡିରେ ଚାରିଜଣ କନଷ୍ଟେବଳ ଥିଲେ ହେଁ ଭିଡ଼କୁ ରୋକି ପାରିନଥିଲେ । ଥାନାରେ ପଡାର ରମାକାନ୍ତ ତାଣ୍ଡି, ବରୁଣ ନାଗଙ୍କ ସମେତ ଅଜଣା ୫୦ ଜଣଙ୍କ ନାମରେ ମକଦ୍ଦମା ରୁଜ୍ଜୁ କରାଯାଇଥିଲା ।

ସୂଚନାଯୋଗ୍ୟ, ଏକ ଅପରାଧ ପ୍ରବଣ ଅଞ୍ଚଳ ଭାବେ କୁଖ୍ୟାତି ଅର୍ଜନ କରିଥିବା କମସରା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଦୀର୍ଘବର୍ଷ ହେଲା ଜନସାଧାରଣ ଦାବି କରୁଥିଲେ ହେଁ ସରକାର ପଦକ୍ଷେପ ଗ୍ରହଣ କରୁନାହାନ୍ତି । ପୂର୍ବରୁ ମଧ୍ୟ ଅପରାଧୀମାନେ ଫାଣ୍ଡି ଭିତରେ ପଶି ଜଣେ ଅପରାଧୀକୁ ଛଡ଼ାଇ ନେବାସହ ଫାଣ୍ଡିରେ ଥିବା ଏକ ଗାଡ଼ିକୁ ପୋଡ଼ି ଦେଇଥିଲେ । ଏଠାରେ ଥାନା ହେଲେ ଅପରାଧ ହାର ବହୁ ମାତ୍ରାରେ ହ୍ରାସ ପାଆନ୍ତା ବୋଲି ସଚେତନ ମହଲରେ ମତ ପ୍ରକାଶପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking