28.9 C
Bhubaneswar
Wednesday, April 17, 2024
Homeଓଡିଶାଘାଟିରୁ ଓଲଟିଲା ଟ୍ୟାଙ୍କର : ଡ୍ରାଇଭର ମୃତ

ଘାଟିରୁ ଓଲଟିଲା ଟ୍ୟାଙ୍କର : ଡ୍ରାଇଭର ମୃତ

ରାୟଗଡ଼ା : ଦିନକୁ ଦିନ ରାଜ୍ୟରେ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ସଡକ ଦୁର୍ଘଟଣା ରାୟଗଡ଼ା ସଦର ଥାନା ଅନ୍ତର୍ଗତ ଗୁମ୍ମାଘାଟିରେ ଘଟିଛି । ଗୁରୁବାର ଭୋରରୁ ଏକ ଆଲୁମିନିୟମ୍ ପାଉଡର ବୋଝେଇ ଟ୍ୟାଙ୍କର ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ଘଟିଛି। ତେବେ ଡ୍ରାଇଭରର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ, ଗୁରୁବାର ଭୋରରୁ ଟ୍ୟାଙ୍କରଟି ଟିକିରି ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନିୟମ୍ ପାଉଡର ନେଇ ମଧ୍ୟପ୍ରଦେଶ ଯାଉଥିଲା। ମାତ୍ର ଗୁମ୍ମାଘାଟିରେ ଭାରସାମ୍ୟ ହରାଇ ୨୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା। ଗାଡ଼ି ତଳେ ଚାପି ହୋଇ ଡ୍ରାଇଭରର ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିକୁ କାଟି ଡ୍ରାଇଭରର ମୃତଦେହ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking