34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶତାଣ୍ଡବ ଦେଖାଇଲା ଜ୍ୱାଳାମୁଖୀ, ଧରିତ୍ରୀ ବକ୍ଷରୁ ବହି ଚାଲିଛି ଖାଲି ଅଗ୍ନିର ସମୁଦ୍ର

ତାଣ୍ଡବ ଦେଖାଇଲା ଜ୍ୱାଳାମୁଖୀ, ଧରିତ୍ରୀ ବକ୍ଷରୁ ବହି ଚାଲିଛି ଖାଲି ଅଗ୍ନିର ସମୁଦ୍ର

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକରେ ପୁଣି ଥରେ ଜ୍ୱାଳାମୁଖୀର ତାଣ୍ଡବ ଦେଖିବାକୁ ମିଳିଛି । ଫାଗରାଡାଲ୍ସଫାଲ ମାଉଣ୍ଟେନ ସ୍ଥିତ ଏହି ଜ୍ୱାଳାମୁଖୀକୁ ଦେଖିବାକୁ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଗତ ବର୍ଷ ଏହି ଆଗ୍ନେୟଗିରି ଫାଟିଥିବା ବେଳେ ଚଳିତ ବର୍ଷ ପୁଣି ଥରେ ଭୟଙ୍କର ଲାଭା ଉଦଗୀରଣ ହେଉଛି । ଧରିତ୍ରୀ ପୃଷ୍ଠରେ ଏହା ଏକ ନୂଆ ଦ୍ୱାର ଖୋଲିଦେଇଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

କେଫଲାଭିକ ଏୟାରପୋର୍ଟଠାରୁ ରେକଜାଭିକ ଜ୍ୱାଲାମୁଖୀ ମାତ୍ର ୩୨ କିମି ଦୂରରେ ରହିଛି । ପ୍ରତ୍ୟେକ ପ୍ଲେନ ଟେକଅଫ୍ ଓ ଲ୍ୟାଣ୍ଡିଂ କରିବା ସମୟରେ ଲୋକଙ୍କୁ ଏହି ସ୍ଥାନରେ ପରିଦର୍ଶନ କରାଯାଉଛି । ଏନେଇ ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହୋଇଛି । ଏହାର ଫଟୋଗୁଡ଼ିକ ଅତ୍ୟନ୍ତ ଆକର୍ଷଣୀୟ ହେଲେ ମଧ୍ୟ ଭୟଙ୍କର ଅଟେ । ପୂର୍ବରୁ ଜ୍ୱାଳାମୁଖୀ କେବଳ ଗୋଟିଏ ସ୍ଥାନରେ ଥିବାବେଳେ ଏବେ ତା’ର ଦ୍ୱାର ଖୋଲି ଯାଇଛି । କିଛି ସ୍ଥାନରୁ ଲାଭା ଆଉ କିଛି ସ୍ଥାନର ଫୱାରା ନିର୍ଗତ ହେଉଛି ।

ଜ୍ୱାଳାମୁଖୀରୁ ନିର୍ଗତ ହେଉଥିବା ଲାଭା ଓ ଧୂଆଁ କାରଣରୁ ପରିବେଶ ଖରାପ ହୋଇଥିଲେ ହେଁ ଏୟାରପୋର୍ଟରେ କୌଣସି ଫ୍ଲାଇଟ୍ ରଦ୍ଦ କରାଯାଇନାହିଁ । ଚାରି ଦିନ ପୂର୍ବରୁ ହାଲୁକା ଭକମ୍ପ ଝଟକା ପରେ ଜ୍ୱାଳାମୁଖୀ ଫାଟି କରି ରହିଥିଲା । ସେହି ସମୟଠାରୁ ଲଗାତର ଲାଭାର ନଦୀ ବହିବାରେ ଲାଗିଛି । ଗତବର୍ଷ ମାର୍ଚ୍ଚରେ ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଥିଲା, ଏବେ ଉକ୍ତ ସ୍ଥାନରୁ ଲାଭା ବାହାରୁଛି । ଗତ ବର୍ଷ କିଛି ମାସ ପର୍ଯ୍ୟନ୍ତ ଲାଗାତର ଲାଭା ଉଦଗୀରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking