34.1 C
Bhubaneswar
Friday, March 29, 2024
Homeକରୋନାବଡ଼ ଖବର : ତାମିଲନାଡୁ ରାଜ୍ୟପାଳ ହେଲେ କରୋନା ଆକ୍ରାନ୍ତ

ବଡ଼ ଖବର : ତାମିଲନାଡୁ ରାଜ୍ୟପାଳ ହେଲେ କରୋନା ଆକ୍ରାନ୍ତ

ତାମିଲନାଡୁ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । କରୋନା କାୟାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ଫିଲ୍ମ ଷ୍ଟାର ମଧ୍ୟ ଏହାର କବଳରେ ଆସିଛନ୍ତି। ଆଜି ତାମିଲନାଡୁ ରାଜ୍ୟପାଳ ବନୱାରିଲାାଲ ପୁରୋହିତ କରୋନା ରେ ଆକ୍ରାନ୍ତ ହୋଇଛନ୍ତି। ଚିହ୍ନଟ ହେବା ପରେ ତାଙ୍କୁ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ହସ୍ପିଟାଲ ତରଫରୁ ସୂଚନା ମିଳିଛି।
ତେବେ କିଛି ସମୟ ପରେ ତାଙ୍କୁ ହସ୍ପିଟାଲ ରୁ ଘରକୁ ପଠାଇ ହୋମ୍ ଆଈଶୋଲେସନ୍ ରେ ରଖାଯାଇଛି। ଡକ୍ଟର ଓ ଟିମ୍ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି କହିବା ସହ ତାଙ୍କର କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି।ଆଜି ସକାଳେ ସେ ପରୀକ୍ଷା ପାଇଁ ହସ୍ପିଟାଲ ଯାଇଥିବା ବେଳେ କରୋନା ଚିହ୍ନଟ ହୋଇଥିଲେ।
ତାମିଲନାଡ଼ୁରେ ୨ ଲକ୍ଷ ୫୧ ହଜାରରୁ ଅଧିକ ଲୋକେ ସଂକ୍ରମିତ ହୋଇଛନ୍ତି। ସେଥି ମଧ୍ୟରୁ ପ୍ରାୟ ୪ ହଜାର ଲୋକେ ମୃତ୍ୟୁବରଣ କରିସାରିଲେଣି। ୧ ଲକ୍ଷ ୯୦ ହଜାରରୁ ଅଧିକ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ଓ ପ୍ରାୟ ୫୭ ହଜାର ଲୋକେ ଏବେବି ଚିକିତ୍ସିତ ହେଉଛନ୍ତି।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking