32.1 C
Bhubaneswar
Thursday, March 28, 2024
Homeତାମିଲନାଡୁ ନିର୍ବାଚନଭୋଟଗ୍ରହଣ ଶେଷ ହେବା ପରେ ସ୍କୁଟିରେ ଯାଉଥିଲା ଇଭିଏମ

ଭୋଟଗ୍ରହଣ ଶେଷ ହେବା ପରେ ସ୍କୁଟିରେ ଯାଉଥିଲା ଇଭିଏମ

ନୂଆଦିଲ୍ଲୀ: ତାମିଲନାଡୁରେ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଶେଷ ହେବା ପରେ ସ୍କୁଟିରେ ଇଭିଏମ ରଖି ନେଇଯାଉଥିବା ଖବର ସାମ୍ନାକୁ ଆସିଛି । ସ୍କୁଟିରେ ଇଭିଏମ ରଖି ନେଉଥିବା ଦୁଇ ଜଣଙ୍କୁ କାବୁ କରାଯାଇଛି । ଏହି ଘଟଣା ବେଲାଚେରୀରେ ଦେଖିବାକୁ ମିଳିଛି । ମଙ୍ଗଳବାର ସନ୍ଧ୍ୟାରେ ଭୋଟିଂ ଶେଷ ହେବା ପରେ ଦୁଇ ଜଣ ଇଭିଏମ ନେଉଥିଲେ । ଡିଏମକେ କହିଛି ସେମାନେ ଏହି ଇଭିଏମ ସହ କିଛି ଗଡବଡ କରିବାକୁ ଚାହୁଁଥିଲେ । ମାତ୍ର ସେ ସଫଳ ହୋଇନଥିଲେ । ପରେ ପୋଲିସ ସେମାନଙ୍କୁ ନିଜ ସହ ନେଇଯାଇଥିଲା ।
ହଙ୍ଗାମା ତୀବ୍ରତର ସେତେବେଳେ ହୋଇଥିଲା, ଯେତେବେଳେ ପୋଲିସ ୩ ଜଣଙ୍କୁ ବିନା ଯାଂଚରେ ସେଠାରୁ ହଟାଇବାକୁ ଚେଷ୍ଟା କରୁଥିଲା । ଏହାପରେ କଂଗ୍ରେସ କାର୍ଯ୍ୟକର୍ତ୍ତା ପ୍ରଦର୍ଶନ ଆରମ୍ଭ କରିଥିଲେ । ଅନ୍ୟପଟେ ଡିଏମକେ ନେତା ଓ ଚେନ୍ନାଇର ପୂର୍ବ ମେୟର ଏମଏ ସୁବ୍ରମଣ୍ୟମ ନିର୍ବାଚନ ଆୟୋଗଙ୍କଠୁ ଏହି ମାମଲାରେ ସ୍ପଷ୍ଟୀକରଣ ମାଗିଛନ୍ତି ।
ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ ସ୍ପଷ୍ଟୀକରଣ ଦେଲେ ଯେ, ଇଭିଏମ ନେଇଯାଉଥିବା ବ୍ୟକ୍ତି ନିର୍ବାଚନ ଆୟୋଗଙ୍କର ହିଁ କର୍ମଚାରୀ ଥିଲେ । ସେ କହିଛନ୍ତି ଯେ, ତାଙ୍କ କର୍ମଚାରୀ ଭୁଲ କରିଛନ୍ତି । ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି, ଇଭିଏମର ବ୍ୟବହାର ଭୋଟିଂ ପାଇଁ ହୋଇନାହିଁ ।
ସୂଚନାଯୋଗ୍ୟ, ୨୩୪ ବିଧାନସଭା ସିଟ୍ ପାଇଁ ୬ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟ ଭୋଟିଂ ହୋଇଥିଲା । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ୭୨.୭୮ ପ୍ରତିଶତ ଭୋଟିଂ ହୋଇଛି । ବହୁମତ ପାଇଁ ୧୧୮ ସିଟ୍ ଜିତିବା ଜରୁରୀ । ୨୦୧୬ରେ ଏଆଇଏଡିଏମକେ ୧୩୪ ସିଟରେ ବିଜୟ ଲାଭ କରି ସରକାର ଗଢିଥିଲା । ଡିଏମକେକୁ ୯୭ ସିଟ ମିଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking