40.1 C
Bhubaneswar
Thursday, April 25, 2024
Homeଅପରାଧତମାଣ୍ଡୋରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଦଣ୍ଡାଦେଶ

ତମାଣ୍ଡୋରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା: ଦୁଇ ଅଭିଯୁକ୍ତଙ୍କୁ ୨୦ବର୍ଷ ଦଣ୍ଡାଦେଶ

ଭୁବନେଶ୍ୱର: ରାଜଧାନୀର ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଦ୍ୱୟ ଦୋଷୀସାବ୍ୟସ୍ତ ହେବା ସହ ୨୦ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ସେମାନେ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଦେଉଳିପାଟଣା ଗ୍ରାମର ବିନୋଦ ଚନ୍ଦ୍ର ସାହୁ (୩୯) ଓରଫ ପିଣ୍ଟୁ ଓ ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ାରେ ରହୁଥିବା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ବେଣ୍ଟପଡ଼ା ଗ୍ରାମର ପବିତ୍ର ପଣ୍ଡା (୪୨) । ଭୁବନେଶ୍ୱର ଅତିରିକ୍ତ ଦୌରାଜଜ ତଥା ସ୍ୱତନ୍ତ୍ର ଫାଷ୍ଟଟ୍ରାକ୍ ଅଦାଲତ (ପୋକ୍ସୋ) ବିଚାରପତି ଏମ୍‌.ଡି. ପ୍ରଧାନ ଏହି ରାୟ ଶୁଣାଇ ଉଭୟଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡ ସହ ୩୦ହଜାର ଟଙ୍କା ଲେଖାଏଁ ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଦୋଷୀଦ୍ୱୟ ଅଧିକ ଏକ ବର୍ଷ ଜେଲ ଦଣ୍ଡାଦେଶ ଭୋଗିବେ ବୋଲି କୋର୍ଟ କହିଛନ୍ତି ।

ଅନ୍ୟପକ୍ଷେ ଦଫା (୩୫୭-ଏ) ଅନୁଯାୟୀ ପୀଡ଼ିତାଙ୍କୁ ୭ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ରାଜ୍ୟସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ବିନୋଦ ବିଚାରଧୀନ କଏଦୀ ଭାବେ ଜେଲ୍‌ରେ ଥିବାବେଳେ ପବିତ୍ର ୨୦୨୧ ଅକ୍ଟୋବର ୧୧ତାରିଖ ଠାରୁ ଜାମିନ୍‌ରେ ଆସିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ତୃତୀୟ ଅଭିଯୁକ୍ତ ସନ୍ତୋଷ ସାହୁ ମାମଲା ହେବା ପରଠୁ ଫେରାର୍ ହୋଇଯାଇଛି । ତେବେ ମାମଲାର ଶୁଣାଣୀ ବେଳେ ୧୫ଟି ଦସ୍ତାବିଜ୍ ଓ ୧୬ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ରାଜିବ ସାସମଲ ମାମଲାକୁ ପରିଚାଳନା କରୁଥିଲେ । ସୂଚନା ଅନୁଯାୟୀ, ପୀଡ଼ିତା ନାବାଳିକା ଜଣକ ୨୦୧୫ ମସିହାରେ ତମାଣ୍ଡୋ ଥାନା ଅଞ୍ଚଳରେ ଥିବା ତାଙ୍କ ବଡ଼ବାପାଙ୍କ ଘରେ ରହୁଥିଲେ ।

ସେତେବେଳେ ନାବାଳିକାଙ୍କୁ ୧୫ବର୍ଷ ହୋଇଥିବାବେଳେ ସେ ଉଚ୍ଚ ବିଦ୍ୟାଳୟରେ ପଢୁଥିଲେ । ନିକଟରେ ରହୁଥିବା ବିନୋଦ ନାବାଳିକାଙ୍କ ସହ କଥା ହେବାକୁ ଚାହିଁବାରୁ ସେ ଏହାକୁ ବାରଣ କରିଥିଲେ । ଦିନେ ନାବାଳିକା ତାଙ୍କ ପୁରୁଷବନ୍ଧୁଙ୍କ ସହ କଥାହେବା ବେଳେ ବିନୋଦ ଏହାର ଫଟୋ ଉଠାଇ ପରିବାରଲୋକଙ୍କୁ ଦେଖାଇବାକୁ ଧମକ ଦେଇ ବ୍ଲାକମେଲିଂ କରିଥିଲା । ଉକ୍ତ ଫଟୋକୁ ଡିଲିଟ୍ କରିବା ପାଇଁ ବିନୋଦ ନାବାଳିକାଙ୍କୁ ତାଙ୍କ ଘରକୁ ଆସିବାକୁ କହିଥିଲା । ତେଣୁ ନାବାଳିକା ତାଙ୍କ ଘରକୁ ଯାଇଥିଲେ । ଏହାପରେ ଶାରୀରିକ ସମ୍ପର୍କ ରଖିଲେ ଉକ୍ତ ଫଟୋ ପରିବାରଲୋକଙ୍କୁ ଦେଖେଇବେ ନାହିଁ ବୋଲି ବିନୋଦ କହିଥିଲେ । ହେଲେ ନାବାଳିକା ଏଥିରେ ରାଜି ହୋଇନଥିଲେ । ତେଣୁ ବିନୋଦ ଜୋରଜବରଦସ୍ତ ତାଙ୍କୁ ସେଠାରେ ଦୁଷ୍କର୍ମ କରିବା ସହ ଭିଡିଓ କରିଥିଲା । ଏହାପରେ ଉକ୍ତ ଭିଡ଼ିଓକୁ ଦେଖାଇ ସେ ବ୍ଲାକମେଲିଂ କରିଥିଲା ।

କିଛିଦିନ ପରେ ନିଜ ବନ୍ଧୁ ପବିତ୍ର ପଣ୍ଡା ଓ ସନ୍ତୋଷ ସାହୁଙ୍କୁ ମଧ୍ୟ ତାଙ୍କ ଘରକୁ ବିନାଦୋ ଡ଼କାଇଥିଲା । ସେମାନେ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଏହାର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ । ଅଭିଯୁକ୍ତମାନେ ଏହିପରି ୨୦୧୮ ମସିହା ପର୍ଯ୍ୟନ୍ତ ସମ୍ପୃକ୍ତ ନାବାଳିକାଙ୍କୁ ନିର୍ଯାତନା ଦେବା ସହ ବାରମ୍ବାର ଦୁଷ୍କର୍ମ କରିଚାଲିଥିଲେ । ଦିନେ ନାବାଳିକାଙ୍କ କଲେଜରେ ‘ସଖୀ’ ଯୋଜନା ଦ୍ୱାରା ସଚେତନାତ୍ମକ କାର୍ଯ୍ୟକ୍ରମ ହେଉଥିବାବେଳେ ଉକ୍ତ କାଉନ୍‌ସିଲରଙ୍କୁ ସେ ଦୁଷ୍କର୍ମ ଘଟଣା ସମ୍ପର୍କରେ ଜଣାଇଥିଲେ ।

ଏନେଇ ‘ସଖୀ’ର କାଉନସିଲ୍‌ର ଖୋର୍ଦ୍ଧା ସିଡବ୍ଲୁସିଙ୍କୁ ଜଣାଇଥିଲେ । ସିଡବ୍ଲୁସିଙ୍କ ନିର୍ଦ୍ଧେଶକ୍ରମେ ଚାଇଲ୍ଡଲାଇନ ପକ୍ଷରୁ ନାବାଳିକାଙ୍କ ଉପସ୍ଥିତିରେ ୨୦୧୮ ମାର୍ଚ୍ଚ ୧୩ତାରିଖରେ ତମାଣ୍ଡୋ ଥାନାରେ ଅଭିଯୋଗ କରାଯାଇଥିଲା । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୨୦୧୮ ମସିହା ମାର୍ଚ୍ଚ ୧୫ତାରିଖରେ ପୁଲିସ ବିନୋଦ ଓ ପବିତ୍ରକୁ ଗିରଫ କରିଥିଲ । ଏମାନେ ଗିରଫ ହେବା ଖବରପାଇ ସନ୍ତୋଷ ସାହୁ ଫେରାର୍ ହୋଇଯାଇଛି । ତେଣୁ ସନ୍ତୋଷକୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking