26.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହାତ ଟେକିଦେଲା ତାଲିବାନ : ପୁରୁଣା ସରକାରୀ କର୍ମଚାରୀଙ୍କ ସାହାଯ୍ୟ ଲୋଡ଼ିଲା

ହାତ ଟେକିଦେଲା ତାଲିବାନ : ପୁରୁଣା ସରକାରୀ କର୍ମଚାରୀଙ୍କ ସାହାଯ୍ୟ ଲୋଡ଼ିଲା

କାବୁଲ: ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା ତାଲିବାନ । ଅନେକ ସଂଘର୍ଷ ଏବଂ ଅନେକ ଲୋକଙ୍କ ରକ୍ତ ବହିବା ପରେ ନିଜର ସରକାର ଗଠନ କରି ଆଫଗାନିସ୍ତାନକୁ ନୂଆ ରୂପ ଦେବ ବୋଲି ଦାବି କରିଥିଲା ତାଲିବାନ । ହେଲେ ମାତ୍ର କିଛି ମାସ ପରେ ଏବେ ତାଲିବାନ ହାତ ଟେକି ଦେଇଥିବା ଜଣାପଡ଼ିଛି । ତାଲିବାନ ଡରରେ ଲୋକେ ଦେଶ ଛଡ଼ିବା ଏବଂ ବିଭିନ୍ନ ଦେଶ ଆଫଗାନିସ୍ତାନର ହାତ ଛାଡ଼ିବା ପରେ ଏବେ ଆଫଗାନିସ୍ତାନର ଆର୍ôଥକ ସ୍ଥିତି ଭୁଶୁଡ଼ିବାରେ ଲାଗିଛି । ଏନେଇ ତାଲିବାନ ପୁରୁଣା ସରକାରରେ ଦେଶର ଆର୍ôଥକ କାରବାର ଦେଖୁଥିବା କର୍ମଚାରୀଙ୍କୁ ଫେରିବାକୁ ଅନୁରୋଧ କରିଛନ୍ତି । ତାଲିବାନ ଏକ ଜରୁରୀ ନିର୍ଦ୍ଦେଶନାମା ସହିତ ଭୁଶୁଡ଼ି ପଡ଼ିଥିବା ପୂର୍ବତନ ସରକାରଙ୍କ ଆର୍ôଥକ ପରିଚାଳକମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତୁମେ ତୁମର କାମ କର, କାରଣ ଆମେ କରିପାରିବୁ ନାହିଁ ବୋଲି କହିଛି ତାଲିବାନ । ପୂର୍ବ ସରକାରଙ୍କ ଅର୍ଥ ମନ୍ତ୍ରାଳୟ, କେନ୍ଦ୍ରୀୟ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ କାର୍ଯ୍ୟକୁ ଫେରିବା ପାଇଁ ତାଲିବାନ କହିବା ସହ ସାହାଯ୍ୟ ନକଲେ ଭଗବାନ ଏହାର ଦଣ୍ଡ ତୁମକୁ ଦେବେ ବୋଲି କହିଛନ୍ତି । ପୂର୍ବ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ଜଣେ କର୍ମଚାରୀ କହିଛନ୍ତି ଯେ, ଆମେ ବିଶେଷଜ୍ଞ ନୁହଁ, ଆପଣ ଜାଣନ୍ତି ଦେଶ ପାଇଁ କ’ଣ ଭଲ, ଏହି ଚ୍ୟାଲେଞ୍ଜଗୁଡ଼ିକ ସହ ଆମେ କିପରି ବଞ୍ଚିପାରିବୁ । ତୁମେ ଯାହା କରିବା ଉଚିତ୍ ତାହା କର । ଭଗବାନ ତୁମକୁ ଦେଖୁଛନ୍ତି । ବିଚାର ଦିନରେ ତୁମେ ଯାହା କରିବ ସେଥିପାଇଁ ତୁମେ ଉତ୍ତରଦାୟୀ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking