40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପଞ୍ଜଶିରରେ ଆଣ୍ଠେଇ ଯାଉଛି ତାଲିବାନ 

ପଞ୍ଜଶିରରେ ଆଣ୍ଠେଇ ଯାଉଛି ତାଲିବାନ 

କାବୁଲ : ଆଫଗାନିସ୍ତାନରେ ପଞ୍ଜଶିର ବ୍ୟତୀତ ଅନ୍ୟ ସବୁଠି ଚାଲିଛି ତାଲିବାନ ରାଜ୍ । ହେଲେ ପଞ୍ଜଶିରରେ ନର୍ଦନ୍ ଆଲାଏନ୍ସ ସହ ଏବେ ବି ଲଢ଼ୁଛି ତାଲିବାନ । ଏମିତିକି ସାରା ଆଫ୍‌ଗାନିସ୍ତାନକୁ ନିଜ କବ୍‌ଜାକୁ ନେଇସାରିଥିବା ତାଲିବାନ ପଞ୍ଜଶିରରେ ଆଣ୍ଠେଇ ଯାଇଛି । ବାରମ୍ବାର ଆକ୍ରମଣ କରି ଫେଲ ମାରିଛି । ତାଲିବାନର ଅତ୍ୟାଧୁନିକ ଅସ୍ତଶସ୍ତ୍ର ବି ପଞ୍ଜଶିର ଫେଲ ମାରୁଥିବା ଦେଖାଯାଇଛି । ଶହ ଶହ ତାଲିବାନ ଆତଙ୍କବାଦୀ ପଞ୍ଜଶିର କବ୍‌ଜା କରିବାକୁ ଯାଇ ଜୀବନ ହରାଇ ସାରିଲେଣି । ଅହମ୍ମଦ ମାସୁଦଙ୍କୁ କୌଣସି ମତେ ହତ୍ୟା କରିବାକୁ ଚାହୁଁଛି ତାଲିବାନ । କାରଣ ତାଲିବାନ ଜାଣିଛି ଯେ, ଅହମ୍ମଦ ମାସୁଦଙ୍କ ନଥିଲେ ପଞ୍ଜଶିରରେ ତାଲିବାନ ବିଦ୍ରୋହୀ ଆନ୍ଦୋଳନ ଭାଙ୍ଗିବା ସହଜ ହେବ । ଏମିତିକି ପଞ୍ଜଶିରକୁ ଅକ୍ତିଆର କରିବା ପାଇଁ ମଧ୍ୟ ତାଙ୍କୁ ସହଜ ହୋଇଯିବ । ଅନ୍ୟପଟେ କିନ୍ତୁ ପଞ୍ଜଶିରରେ ତାଲିବାନ ବିରୋଧରେ ଲଢ଼େଇ ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି । ବିଦ୍ରୋହୀମାନେ ପଞ୍ଜଶିର ଘାଟିରେ ଥିବା ଏକ ଷ୍ଟାଡିୟମ୍‌ରେ ଭରପୁର ଗୋଳା ବାରୁଦ ମହଜୁଦ କରିବାରେ ଲାଗି ପଡ଼ିଛନ୍ତି । ସେମାନଙ୍କ ପାଖରେ ଦୁଇଟି ହେଲିକପ୍ଟର ମଧ୍ୟ ରହିଛି । ତାଲିବାନ ବିଦ୍ରୋହୀଙ୍କ ପଞ୍ଜଶିରରେ ବିଦ୍ରୋହୀ ଆନ୍ଦୋଳନକୁ ଚୂର୍ଣ୍ଣ କରାଯାଇପାରିବ । ତେବେ ତାଲିବାନ ବିରୋଧରେ ରକ୍ତାକ୍ତ ଯୁଦ୍ଧ ପାଇଁ ପଞ୍ଜଶିର ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ବିଦ୍ରୋହୀମାନେ ପଞ୍ଜଶିର ଉପତ୍ୟକା ଭିତରେ ଥିବା ଏକ ଷ୍ଟାଡିୟମକୁ ଗୁଳିରେ ଭରି ଦେଇଛନ୍ତି । ତାଙ୍କର ଦୁଇଟି ହେଲିକପ୍ଟର ମଧ୍ୟ ଅଛି । ପଞ୍ଜଶିର ଘାଟି ହେଉଛି ଏକମାତ୍ର ସ୍ଥାନ ଯାହାକି ତାଲିବାନ ବିଦ୍ରୋହୀମାନଙ୍କ ଦ୍ୱାରା ଅଧିକୃତ । ତାଲିବାନ ଦାବି କରିଛି ଯେ, ସେ ପଞ୍ଜଶିରକୁ ଘେରି ରହିଛି ଏବଂ ବିଦ୍ରୋହକୁ ଦମନ କରିବାରେ ସଫଳ ହୋଇଛି । କିନ୍ତୁ ଗ୍ରାଉଣ୍ଡ ଜିରୋରୁ ଦେଖିବାକୁ ଗଲେ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ତାଲିବାନର ଆକ୍ରମଣ ବାରମ୍ବାର ବିଫଳ ହେଉଛି, ଯାହାଫଳରେ ସେମାନେ ପଞ୍ଜଶିର ସହ ଆଲୋଚନା କରିବାକୁ ଚାହୁଁଛନ୍ତି । ପଞ୍ଜଶିରକୁ ଅକ୍ତିଆର କରିବାକୁ ଚେଷ୍ଟା କରି ତାଲିବାନର ଅନେକ ଆତଙ୍କୀ ମୃତ୍ୟୁବରଣ କରିସାରିଲେଣି । ଏବେ ନିକଟରେ ୪୦ ଆତଙ୍କୀ ନିହତ ହୋଇଛନ୍ତି । ଇତିହାସରେ ଯେବେ ବି ଆଉ ଯିଏ ପଞ୍ଜଶିର ଦଖଲ କରିବାକୁ ଚେଷ୍ଟା କରିଛି, ସେ ବିଫଳ ହୋଇଛି । ବ୍ରିଟେନ, ସୋଭିଏତ୍ ୟୁନିଅନ୍ କିମ୍ବା ତାଲିବାନ କେହି ବି ପଞ୍ଜଶିର ଘାଟିକୁ ଦଖଲ କରିପାରି ନାହାଁନ୍ତି । ତାଲିବାନ ବିରୋଧରେ ଏହି ଘାଟିରେ ହଜାର ହଜାର ସଂଖ୍ୟାରେ ଯୋଦ୍ଧା ଏକାଠି ହୋଇ ତାଲିବାନକୁ ମୁହଁ ତୋଡ଼ ଜବାବ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking