33.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶକାଶ୍ମୀର ମାମଲାରେ ଭାରତକୁ ଝଟ୍‌କା ଦେଲା ତାଲିବାନ୍‌

କାଶ୍ମୀର ମାମଲାରେ ଭାରତକୁ ଝଟ୍‌କା ଦେଲା ତାଲିବାନ୍‌

ନୂଆଦିଲ୍ଲୀ : ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇଛି ତାଲିବାନ । ଆଫଗାନିସ୍ତାନର ଡେପୁଟୀ ଇନ୍‌ଫରମେସନ୍ ମିନିଷ୍ଟର ତଥା ତାଲିବାନର ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ ଅନ୍ତର୍ଜାତୀୟ ସମୁଦାୟ ସାମ୍ନାରେ ଆଫଗାନିସ୍ତାନକୁ ସମର୍ଥନ କରିଥିବାରୁ ପାକିସ୍ତାନକୁ ପ୍ରଶଂସା କରିଛନ୍ତି । ମୁଜାହିଦ କହିଛନ୍ତି, ଆଫଗାନିସ୍ତାନ ସହ ସମ୍ପର୍କରେ ରହିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା କରୁଛି । ଏଥିସହ ଅନ୍ୟ ଦେଶମାନେ ମଧ୍ୟ ଆଫଗାନିସ୍ତାନ ସହ ଯୋଡ଼ି ହୁଅନ୍ତୁ ବୋଲି ପାକ୍ ଚାହୁଁଛି । କାଶ୍ମୀରକୁ ନେଇ ମଧ୍ୟ ଜବିହୁଲ୍ଲାହ ମୁଜାହିଦ ମୁହଁ ଖୋଲିଛନ୍ତି । ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ସାରା ବିଶ୍ୱରେ କେତେକ ଏଭଳି ସ୍ଥାନ ରହିଛି ଯେଉଁଠାରେ ମୁସଲମାନଙ୍କ ସହ ଅଶାଳୀନ ବ୍ୟବହାର କରାଯାଉଛି । ଏସବୁ ସ୍ଥାନ ମଧ୍ୟରେ ଫିଲିସ୍ତିନ, କାଶ୍ମୀର ଓ ମିଆଁମାର ରହିଛି । ଯେଉଁଠାରେ ବି ମୁସଲମାନଙ୍କୁ ନିର୍ଯାତନା ଦିଆଯାଉଛି । ଆମେ ତାହାକୁ ବିରୋଧ କରୁଛୁ । ଜମ୍ମୁ-କାଶ୍ମୀରରେ ମାନବାଧିକାରୀର ଉଲ୍ଲଂଘନ ନେଇ ମଧ୍ୟ ଆମେ ଆଲୋଚନା କରୁଛୁ । ସେ କହିଛନ୍ତି, ଆଫଗାନିସ୍ତାନର ସରକାର ଦୁନିଆର ବିଭିନ୍ନ ସ୍ଥାନରେ ପୀଡ଼ିତ ମୁସଲମାନଙ୍କୁ ରାଜନୈତିକ ସାହାଯ୍ୟ ପ୍ରଦାନ କରିବା ଜାରି ରଖିବ । ଜବିହୁଲ୍ଲାହ ମୁଜାହିଦ କହିଛନ୍ତି, ଏବେ ପଞ୍ଜଶିରରେ ମଧ୍ୟ ଯୁଦ୍ଧ ଶେଷ ହୋଇଛି । ଆମେ ଆଉ କାହା ସହ ବି ଯୁଦ୍ଧ କିମ୍ବା ହିଂସା ଚାହୁଁନାହୁଁ । ଏବେ ଆଫଗାନିସ୍ତାନର ପ୍ରଗତି ଓ ସମୃଦ୍ଧି ପାଇଁ କାମ କରିବା ସମୟ ଆସିଛି । ଏବେ କେବଳ ଦେଶର ଉନ୍ନତି ପାଇଁ ତାଲିବାନ କାମ କରିବ ବୋଲି ସେ କହିଛନ୍ତି । ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା କରିବା ପରେ ଆମର ଦ୍ୱିତୀୟ ପ୍ରାଥମିକତା ଅନ୍ୟ ଦେଶ ସହ ବେପାର ବାଣିଜ୍ୟ ବଢ଼ାଇବା ହେବ ବୋଲି ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking