22.1 C
Bhubaneswar
Monday, January 24, 2022
Homeଦେଶ ବିଦେଶତାଲିବାନର ବର୍ବରତା : ବିମାନବନ୍ଦରରେ ଗଡ଼ୁଛି ମୃତଦେହ

ତାଲିବାନର ବର୍ବରତା : ବିମାନବନ୍ଦରରେ ଗଡ଼ୁଛି ମୃତଦେହ

କାବୁଲ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ପରିସ୍ଥିତି ବହୁତ ଖରାପ ହୋଇଯାଇଛି । କାବୁଲ ବିମାନବନ୍ଦରରୁ ସାମ୍ନାକୁ ଆସୁଥିବା ଫଟୋ ଦେଖି ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ କୌଣସି ପ୍ରକାରେ ଦେଶ ବାହାରକୁ ଚାଲିଯିବା ପାଇଁ ଚାହୁଁଛନ୍ତି । ତାଲିବାନ ଶାସନରେ ରହିବା ଅସମ୍ଭବ । ତେବେ ତାଲିବାନ କହୁଛି କି ମହିଳାମାନଙ୍କୁ ଶିକ୍ଷା ଓ କାମ କରିବାରେ ସ୍ୱାଧୀନତା ଦିଆଯିବ । ବୁର୍ଖା ପଛେ ନପିନ୍ଧନ୍ତୁ ହିଜାବ ପିନ୍ଧିବାକୁ ହେବ । ଶାନ୍ତିର ଦ୍ୱାହି ଦେଉଥିବା ତାଲିବାନ ଆତଙ୍କିମାନେ ସେମାନଙ୍କ ଭୟରେ ଦେଶ ଛାଡୁଥିବା ଆଫଗାନ ଜନସାଧାରଣଙ୍କୁ ସେଥିପାଇଁ ସୁଯୋଗ ଦେଉନାହାନ୍ତି । ରାସ୍ତାଘାଟ, ଗଳିକନ୍ଦି, ଛକମାନଙ୍କରେ ହାତରେ ଅସ୍ତ୍ରଶସ୍ତ୍ର ଧରି ପହରା ଦେଉଥିବା ତାଲିବାନ ଆତଙ୍କିମାନେ ବିମାନ ବନ୍ଦରକୁ ଯାଉଥିବା ଲୋକଙ୍କୁ ଅଟକାଉଛନ୍ତି । ସେଠାରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ନିରୀହ ଲୋକଙ୍କୁ ଗୁଳିକରି ମାରିଦିଆଯାଉଛି । ବିମାନ ବନ୍ଦର ଭିତରେ ଏବଂ ଏହାକୁ ସଂଯୋଗକରୁଥିବା ରାସ୍ତାରେ ଅନେକ ମୃତଦେହ ପଡିରହିଛି । ଜର୍ମାନୀରେ ଯାଇ ପହଞ୍ଚିଥିବା ଏକ ଆଫଗାନ ଦମ୍ପତି କହିଛନ୍ତି, ଦେଶର ପ୍ରତ୍ୟେକ ନାଗରିକ ସେଠାରୁ ପଳାଇ ଆସିବାକୁ ଚାହୁଁଛନ୍ତି । ପ୍ରତିଟି ଦିନ ତାହା ପୂର୍ବଦିନ ଅପେକ୍ଷା ଅଧିକ ଭୟଙ୍କର ହେବାରେ ଲାଗିଛି । କହିବାକୁ ଗଲେ ସେଠାରେ ସବୁକିଛି ବିପର୍ଯ୍ୟସ୍ତ ହୋଇପଡିଛି । ତାଲିବାନ ଆତଙ୍କି ଫାଙ୍କା ଗୁଳିଚଳାଉଛନ୍ତି ତ ଆଉ କେତେବେଳେ ଯାହା ଉପରକୁ ଇଛା ହେଉଛି ଗୁଳି ଚଳାଇ ହତ୍ୟା କରୁଛନ୍ତି । ପରିସ୍ଥିତି ଏଭଳି ହୋଇଛି ଯେ ତାଲିବାନ ନା’ ଶୁଣିଲେ ଆଫଗାନ ଜନସାଧାରଣ, ବିଶେଷକରି ମହିଳା, ଯୁବତୀ ଓ କମ୍ ବୟସର ବାଳିକା ଭୟରେ ଥରି ଉଠୁଛନ୍ତି । ତାଲିବାନୀମାନେ ଆଫଗାନିସ୍ଥାନ କ୍ଷମତାକୁ ନିଜ ହାତକୁ ନେଇଛନ୍ତି । ତେଣୁ ସେମାନେ କିପରି ଶାସନ କରିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ । ତାଲିବାନୀମାନେ ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଶାସନ କ୍ଷମତା ନିଜ ହାତରେ ରଖିଥିଲେ । ଏହି ସମୟରେ ସେମାନେ ଝିଅମାନଙ୍କର ସ୍କୁଲ ବନ୍ଦ କରି ଦେଇଥିଲେ ଏବଂ ମହିଳାଙ୍କ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ । ୨୦୦୧ରେ ଆମେରିକା ଦଖଲ କରିବା ପରେ ମହିଳାଙ୍କ ଉପରେ ପ୍ରତିବନ୍ଧକ କୋହଳ କରି ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking