27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୩୦୦୦ ଯୋଦ୍ଧାଙ୍କୁ ବିଦାକଲା ତାଲିବାନ

୩୦୦୦ ଯୋଦ୍ଧାଙ୍କୁ ବିଦାକଲା ତାଲିବାନ

କାବୁଲ: ସଂଗଠନର ଆଭିମୁଖ୍ୟରୁ ଦୂରେଇ ଯାଇ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହିଥିବାରୁ ଆଫ୍‌ଗାନିସ୍ତାନରେ କ୍ଷମତାସୀନ ତାଲିବାନ ସଂଗଠନ ଇତିମଧ୍ୟରେ ତାହାର ୩ ହଜାର ଯୋଦ୍ଧାଙ୍କୁ ବିଦା କରିଛି । ଦୀର୍ଘ ୨୦ ବର୍ଷର ଗୃହଯୁଦ୍ଧ ପରେ ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ସଂଗଠନ ସମଗ୍ର ଆଫ୍‌ଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଥିଲା । ତେବେ ସେମାନଙ୍କ ଉପରେ ଲାଗିଥିବା ଅତ୍ୟାଚାରୀ ମୋହର ହଟାଇବା ସହ ଦେଶବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇବାକୁ ତାଲିବାନ ନେତୃବର୍ଗ ବାରମ୍ବାର ସୁଶାସନର ପ୍ରତିଶ୍ରୁତି ଦେଇଆସୁଛି । ୧୯୯୬-୨୦୦୧ ସମୟରେ ତାଲିବାନର ଯେଉଁ ଭାବମୂର୍ତ୍ତି ରହିଥିଲା, ତାହାକୁ ସମ୍ପୂର୍ଣ୍ଣଭାବେ ବଦଳାଇବାକୁ ତାଲିବାନ ଉଦ୍ୟମ ଜାରି ରଖିଛି । ତେବେ ଏହି ସଦସ୍ୟମାନେ ଦଳର ଚିନ୍ତାଧାରାକୁ ଭୁଲ ପ୍ରମାଣିତ କରିବାକୁ ଯାଇ ଲୋକଙ୍କ ଉପରେ ପୁଣି ଅତ୍ୟାଚାର ଆରମ୍ଭ କରିଛନ୍ତି । ଏହାର ପ୍ରମାଣ ମିଳିବାପରେ ଏମାନଙ୍କୁ ସଂଗଠନରୁ ବିଦା କରାଯାଇଛି । ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ତାଲିବାନ ପକ୍ଷରୁ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରାଯାଇଛି । ଅଭିଯୁକ୍ତମାନେ ବିଭିନ୍ନ ପ୍ରକାର ଦୁର୍ନୀତିରେ ଲିପ୍ତ ରହିବା ସହ ସାଧାରଣ ଲୋକଙ୍କୁ ଧମକ ଚମକ ଦେବା, ଖୋଲାଖୋଲି ମଦ୍ୟପାନ ଓ ଡ୍ରଗ୍‌ସ ସେବନ କରିବା ଭଳି ଇସଲାମ ବିରୋଧୀ କାର୍ଯ୍ୟରେ ଲିପ୍ତ ରହିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking