32.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶତାଲିବାନର ବର୍ବରତା : ବାପା ଉପରେ ପ୍ରତିଶୋଧ ନେବାକୁ ଯାଇ ଶିଶୁକୁ ହତ୍ୟା

ତାଲିବାନର ବର୍ବରତା : ବାପା ଉପରେ ପ୍ରତିଶୋଧ ନେବାକୁ ଯାଇ ଶିଶୁକୁ ହତ୍ୟା

କାବୁଲ୍ : ଆଫଗାନିସ୍ତାନ କ୍ଷମତା ହାସଲ କରିବା ପରେ ତାଲିବାନ ଶରିଆ ଆଇନକୁ କଡାକଡି କରିବାରେ ଲାଗିଛି। ପୂର୍ବତନ ସରକାରରେ ଥିବା ଲୋକ, ଆମେରିକାକୁ ସହାୟତା କରୁଥିବା ବ୍ୟକ୍ତି ଏବଂ ନାଶନାଲ ରେସିଷ୍ଟେଣ୍ଟ ଫୋର୍ସ ସଦସ୍ୟଙ୍କୁ ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେଉଛି ତାଲିବାନ ସେନା । ଏପରିକି ସେମାନଙ୍କ ପରିବାରରେ ଶିଶୁମାନେ ମଧ୍ୟ ତାଲିବାନଙ୍କ ପୈଶାଚିକତାରୁ ବାଦ ପଡ଼ୁନାହାନ୍ତି। ନିକଟରେ ତାଲିବାନମାନେ ଜଣେ ଶିଶୁକୁ ଏହିପରି ଭାବେ ଅତି ନିଷ୍ଠୁରତାର ସହ ହତ୍ୟା କରିଛନ୍ତି। ଶିଶୁଟିର ଅପରାଧ ଏତିକି ଯେ, ତାଙ୍କର ବାପା ଆଫଗାନ୍ ରେସିଡେଣ୍ଟ ଫୋର୍ସର ଜଣେ ସଦସ୍ୟ ବୋଲି ତାଲିବାନ ସନ୍ଦେହ କରୁଛି । କୁହାଯାଉଛି, ତାଲିବାନମାନେ ପିଲାଟିର ମୁଣ୍ଡ କାଟି ତାକୁ ହତ୍ୟା କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୫ ତାରିଖ ଆଫଗାନିସ୍ତାନ ଉପରେ ନିଜର ଅଧିକାର ସାବ୍ୟସ୍ତ କରିବା ପୂର୍ବରୁ ସର୍ବକ୍ଷମାର ଘୋଷଣା କରିଥିଲା ତାଲିବାନ । କାବୁଲ୍‌କୁ ନିଜ କବ୍‌ଜାକୁ ନେବା ପରେ ଯୁଦ୍ଧ ଶେଷ ହେବ ଏବଂ କୌଣସି ପ୍ରକାର ପ୍ରତିଶୋଧ ନିଆଯିବ ନାହିଁ ବୋଲି କହିଥିଲା। ହେଲେ ତାଲିବାନଙ୍କର ଏହି ମହାନତା ଦୁଇ ଦିନିଆ ଥିଲା । ଦିନକୁ ଦିନ ତାଲିବାନ ସରକାରର କ୍ରୁରତା ସାମ୍ନାକୁ ଆସିବାରେ ଲାଗିଛି। ଏହା ପୂର୍ବରୁ ତାଲିବାନ ପଶ୍ଚିମ ଆଫଗାନିସ୍ତାନର ହୈରାତ ପ୍ରାନ୍ତରେ ୪ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହା ପରେ ଶବକୁ କ୍ରେନ ସହାୟତାରେ ଟାଙ୍ଗି ଦେଇଥିଲେ। ଘଣ୍ଟା ଘଣ୍ଟା ଧରି ଶବ ସେହିପରି ପଡି ରହିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking