34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଫଟୋ ସାମ୍ବାଦିକ ଦାନିଶ ସିଦ୍ଦକୀଙ୍କ ହତ୍ୟାକୁ ଅସ୍ୱୀକାର କଲା ତାଲିବାନ

ଫଟୋ ସାମ୍ବାଦିକ ଦାନିଶ ସିଦ୍ଦକୀଙ୍କ ହତ୍ୟାକୁ ଅସ୍ୱୀକାର କଲା ତାଲିବାନ

ନୂଆଦିଲ୍ଲୀ : ପୁଲିଜର ଆଓ୍ବାର୍ଡ ବିଜେତା ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦକୀଙ୍କ ହତ୍ୟାକୁ ଖଣ୍ଡନ କରିଛି ତାଲିବାନ । ତାଲିବାନର ପ୍ରବକ୍ତା ଜିବଉଲ୍ଲା ମୁଜାହିଦ ଏପରି ଘଟଣାରେ ତାଲିବାନର ସମ୍ପୃକ୍ତି ନଥିବା କହିବା ସହ ଦୁଃଖ ପ୍ରକାଶ କରିଥିବା ଜଣାପିଡିଛି । ସେହିପରି ଗୁଳି ବିନିମୟରେ ସାମ୍ବାଦିକ ପ୍ରାଣ ହାରଇଥିବା ସମ୍ପର୍କିତ କିଛି ତଥ୍ୟ ତାଲିବାନ ନିକଟରେ ନଥିବା ମଧ୍ୟ ସେ ଏକ ଘରୋଇ ଟିଭି ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଜିବଉଲ୍ଲା ମୁଜାହିଦ କହିଛନ୍ତି ଯଦି କୌଣସି ସାମ୍ବାଦିକ ଯୁଦ୍ଧ ଚାଲିଥିବା ଅଞ୍ଚଳକୁ ପ୍ରବେଶ କରୁଛି ସେ ସୂଚନା ଦେବା ଆବଶ୍ୟକ । ଆମେ ସେମାନଙ୍କ ସୁରକ୍ଷା ପ୍ରତି ବିଶେଷ ସମ୍ବେଦନଶୀଳ ବୋଲି ମଧ୍ୟ କହିଛନ୍ତି ତାଲିବାନ ପ୍ରବକ୍ତା ।

ଗତକାଲି ଆଫଗାନିସ୍ତାନରେ ଚାଲିଥିବା ତାଲିବାନ ଓ ଆଫଗାନ ସେନା ମଧ୍ୟରେ ଗୃହଯୁଦ୍ଧର ରିପୋର୍ଟିଂ କରୁଥିଲେ ଫଟୋ ସମ୍ବାଦିକ ସିଦ୍ଦକୀ । ଏହି ସମୟରେ ତାଲିବାନ ଗୁଳିରେ ୩୮ ବର୍ଷୀୟ ସାମ୍ବାଦିକ ଦାନିଶ ସିଦ୍ଦକୀ ନିହତ ହୋଇଥିବା ଭାରତରେ ଅବସ୍ଥାପିତ ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମମ୍ମୁଡାଜେ ସୂଚନା ଦେଇଥିଲେ ।  ଗତ କିଛି ଦିନ ଧରି ଆଫଗାନିସ୍ତାନରେ ଚାଲିଥିବା ଗୃହଯୁଦ୍ଧର ରିପୋର୍ଟିଂ ପାଇଁ ସେ କାନ୍ଧାହାରରେ ଥିଲେ । ସେ ଗତକାଲି ଆଫଗାନ ସେନା ସହ ଫ୍ରଣ୍ଟଲାଇନରେ କଭରେଜ ଜାରି ରଖିଥିବାବେଳେ ଏପରି ଅଘଟଣ ଘଟିଥିଲା । ଦାନିଶଙ୍କ ନିହତ ହେବା ନେଇ ଆଫଗାନ ସେନା ଓ ସରକାରଙ୍କ ପକ୍ଷରୁ ଭାରତକୁ ସୂଚନା ଦିଆଯିବା ସହ ତାଲିବାନକୁ ଦାୟୀ କରାଯାଇଥିଲା । ଆଜି ତାଲିବାନ ସ୍ପଷ୍ଟୀକରଣ ରଖିବା ସହ ଏପରି ଅଭିଯୋଗକୁ ଖଣ୍ଡନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking