40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକାଶ୍ମୀରକୁ ନେଇ ବିବାଦୀୟ ବୟାନ୍ ଦେଲେ ତାଲିବାନ୍ ମୁଖ୍ୟ

କାଶ୍ମୀରକୁ ନେଇ ବିବାଦୀୟ ବୟାନ୍ ଦେଲେ ତାଲିବାନ୍ ମୁଖ୍ୟ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସହ ଉତ୍ତମ ସମ୍ପର୍କ ବଜାୟ ରଖିବାକୁ ତାଲିବାନ ନେତୃତ୍ୱ କହିବାର ଦିନକ ପରେ ଆଉ ଏକ ବିସ୍ଫୋରକ କଥା ସାମନାକୁ ଆସିଛି । କଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଖପାତ୍ର ବିବାଦୀୟ ବୟାନ ରଖିଛନ୍ତି । ମୁଖପାତ୍ର ସୁହେଲ୍ ସାହିନ କହିଛନ୍ତି ଯେ, କାଶ୍ମୀରର ମୁସଲିମଙ୍କ ସ୍ୱାର୍ଥ ଲାଗି ମୁସଲମାନ ଭାବେ ସ୍ୱର ଉତ୍ତୋଳନ କରିବାର ସମସ୍ତ ଅଧିକାର ତାଲିବାନର ରହିଛି ବୋଲି ସୁହେଲ୍ କହିଛନ୍ତି । ମୁସଲମାନ ଭାବେ ସାରା ବିଶ୍ୱରେ ମୁସଲମାନଙ୍କ ସ୍ୱାର୍ଥ ଓ ସେମାନଙ୍କୁ ସମାନତାର ଅଧିକାର ଦେବା ଲାଗି ତାଲିବାନ ସବୁବେଳେ ପଦକ୍ଷେପ ନେବ ବୋଲି ସାହିନ କହିଛନ୍ତି । ଦେଶର ଆଇନ ଅନୁସାରେ ମୁସଲମାନ ସମସ୍ତ ଅଧିକାର ପାଇବେ । ଏଥିରେ ଖିଲାପ ହେଲେ ତାଲିବାନ ସ୍ୱରଉତ୍ତୋଳନ କରିବେ ବୋଲି ସେ କହିଛନ୍ତି । ଗତକାଲି ତାଲିବାନର ବରିଷ୍ଠ ନେତା ଅନସ ହକାନୀ କହିଥିଲେ ଯେ, କାଶ୍ମୀର ପ୍ରସଙ୍ଗରେ ସେମାନେ ହସ୍ତକ୍ଷେପ କରିବେ ନାହିଁ । ସେପଟେ ପୂର୍ବରୁ କଶ୍ମୀରକୁ ନେଇ ଦିବା ସ୍ୱପ୍ନ ଦେଖିବା ଆରମ୍ଭ କରିଛି ପାକିସ୍ତାନ । ବାରମ୍ବାର ଚେଷ୍ଟା ପରେ କଶ୍ମୀରକୁ ନେଇପାରିନଥିବା ପାକିସ୍ତାନ ପୁଣି ଥରେ କଶ୍ମୀର ମୋହରେ ହେଲାଣି ପାଗଳ । ଆଫଗାନିସ୍ତାନରେ ତାଲିବାନ ଶକ୍ତିକୁ ବୃଦ୍ଧି କରିବାରେ ପାକିସ୍ତାନର ସହଯୋଗ କାହାକୁ ଅଛପା ନାହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ତାଲିବାନ କାବୁଲକୁ ଦଖଲ ଉତ୍ସବ ପାଳନ କରୁଥିବା କହିବା ସହ ପୁଣି ଥରେ କାଶ୍ମୀର ପ୍ରସଙ୍ଗରେ ୨୪ ଅଗଷ୍ଟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ, ଆମେ କାଶ୍ମୀରକୁ ଖୁବ୍‌ଶୀଘ୍ର ନିଜ ଦେଶ ସହ ମିଶାଇବୁ । ଏହାସହ ତାଲିବାନ ପାକିସ୍ତାନ ସହ ଅଛି ବୋଲି ପାକିସ୍ତାନୀ ନେତା ନୀଲମ ଇରଶାଦ ଶେଖ କହିଥିଲେ । ତାଲିବାନ କାଶ୍ମୀର ଲଢେଇରେ ବିଜୟ ହେବ ଏବଂ ଏହାକୁ ପାକିସ୍ତାନକୁ ହସ୍ତାନ୍ତର କରିବା ସହ ପାକିସ୍ତାନର ଏକ ଘରୋଇ ଟିଭିର ବିତର୍କରେ ନୀଲମ ଇରଶାଦ ଏହି ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାକୁ ଆସିଥିଲେ । ଦୀର୍ଘ ଦିନ ଧରି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ ସହିତ ତାଲିବାନର ଘନିଷ୍ଠ ସମ୍ପର୍କ ଥିବା ପୂର୍ବରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking