34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶତାଲିବାନର ବର୍ବରତା : ହେରାତ୍ ଛକରେ ୪ ଜଣଙ୍କ ଶବ ଝୁଲାଇଲା

ତାଲିବାନର ବର୍ବରତା : ହେରାତ୍ ଛକରେ ୪ ଜଣଙ୍କ ଶବ ଝୁଲାଇଲା

କାବୁଲ: ତାଲିବାନର କ୍ରୂର ଚେହେରା ପୁଣିଥରେ ସାମ୍ନାକୁ ଆସିଛି । ତାଲିବାନ ହତ୍ୟା କରିଥିବା ୪ ଜଣ ଲୋକଙ୍କ ଶବ ଶନିବାର ହେରାତ୍ ସହରର ବିଭିନ୍ନ ଛକରେ ଝୁଲାଇଥିବା ଦେଖିବାକୁ ମିଳିଛି । ଅପହରଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ତାଲିବାନ ସେମାନଙ୍କୁ ଗୁଳିକରି ହତ୍ୟା କରିଥିଲା । ଏହାପରେ ସେମାନଙ୍କ ଶବକୁ ସହରର ବିଭିନ୍ନ ଛକ ସ୍ଥାନରେ ଝୁଲାଇ ଦିଆଯାଇଥିଲା । ଏହା ଅପହରଣକାରୀଙ୍କ ପାଇଁ ଶିକ୍ଷା ବୋଲି ହେରାତ୍ ପ୍ରଦେଶର ଡେପୁଟି ଗଭର୍ଣ୍ଣର୍ ମାଲାୱି ଶିର୍ ଅହମଦ ମୁହାଜିର କହିଛନ୍ତି । ସେ କହିଛନ୍ତି ଦେଶରେ ଅପହରଣକୁ ବରଦାସ୍ତ କରାଯିବ ନାହିଁ । ସେହିପରି ସୋସିଆଲ୍ ମିଡିଆରେ ପୋଷ୍ଟ କରାଯାଇଥିବା ଏକ ଗ୍ରାଫିକ୍ସ ଚିତ୍ରରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ଶବକୁ ପିକ୍‌ଅପ୍ ପଛରେ ବନ୍ଧାଯାଇଥିବା ବେଳେ ଆଉ ଗୋଟିଏ ଶବ କ୍ରେନ୍‌ରୁ ଝୁଲିଛୁ ।

ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମା ହୋଇଥିବା ବେଳେ ତାଲିବାନ ଯୋଦ୍ଧା ଗାଡ଼ିଗୁଡ଼ିକ ଚାରିପଟେ ଜମା ହୋଇଛନ୍ତି । ଅନ୍ୟ ଏକ ଭିଡିଓରେ ଜଣେ ଏକ ଶବ କ୍ରେନ୍‌ରେ ଝୁଲୁଥିବା ବେଳେ ତା’ ଛାତିରେ ‘ଅପହର୍ତ୍ତା ଏପରି ଦଣ୍ଡିତ ହେବେ’ ବୋଲି ଲେଖାଥିବା ଦେଖିବାକୁ ମିଳିଛି । ଗତ ମାସରେ ତାଲିବାନ ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରଠାରୁ ସର୍ବସାଧାରଣରେ ଏହା ସବୁଠୁ ବଡ଼ ଦଣ୍ଡପ୍ରଦାନ । ସୂଚନା ଅନୁସାରେ ଜଣେ ବ୍ୟବସାୟୀ ଓ ତାଙ୍କ ପୁଅଙ୍କୁ ଏହି ୪ଜଣ ଅପହରଣ କରି ନେଉଥିବା ବେଳେ ତାଲିବାନ ସୁରକ୍ଷା କର୍ମୀ ସେମାନଙ୍କୁ ଅଟକାଇଥିଲେ । ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟରେ ସମସ୍ତ ଅପହର୍ତ୍ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦିନକୁ ପୂର୍ବରୁ ତାଲିବାନ ନେତା ମୁଲ୍ଲା ନୁରୁଦ୍ଦିନ ତୁରାବୀ କହିଥିଲେ ଯେ ଆଫଗାନିସ୍ତାନରେ ପୁଣିଥରେ ଫାଶୀଦଣ୍ଡ ଦିଆଯିବ ଏବଂ ଦୋଷୀଙ୍କ ହାତ କାଟି ଦିଆଯିବ । ଗତ ଥର ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ ସରକାର କ୍ଷମତାରେ ଥିବାବେଳେ ଦୋଷୀଙ୍କୁ ସର୍ବସାଧାରଣ ଏପରି ଦଣ୍ଡ ଦିଆଯାଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking