ବିଧାୟକଙ୍କୁ ତାଲା ପକାଇ ଗାଡି ଜାଳିଦେଲେ

ଅନୁଗୁଳ: ତାଳଚେର ଅଞ୍ଚଳରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଫର୍ଚ୍ୟୁନ ଗାଡି ଜାଳିଦେଲେ କିଛି ଦୁବୃତ୍ତ ।
ସୂଚନା ଅନୁସାରେ,ଗତକାଲି ବିଳମ୍ବିତ ରାତିରେ ନନ୍ଦିରା-ଭରତପୁରରେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ କାର‌୍ୟ୍ୟାଳୟରେ ଥିବା ତାଙ୍କର ଫର୍ଚ୍ୟୁନ ଗାଡ଼ିଟି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ସେଠାରେ ଥିବା କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ବିଧାୟକ ବ୍ରଜ କିଶୋର ପ୍ରଧାନ ମଧ୍ୟ ସେଠାରେ ଥିଲେ।
ସେହିଭଳି ଗତ ଅଗଷ୍ଟ ମାସ ୧୯ ତାରିଖରେ ବି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ଥିବା ଦୁଇଟି କାର ଏବଂ ମୋଟର ସାଇକେଲରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ । ଗତ ନଭେମ୍ବର ୧ ତାରିଖରେ ବି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ହାଣ୍ଡିଧୁଆଁସ୍ଥିତ ପୈତୃକ ଗ୍ରାମରେ ଅନୁରୂପ ଉଦ୍ୟମ ହୋଇଥିଲା । ଏହା ତାଙ୍କ ସହ ରାଜନୈତିକ ବା ବ୍ୟାବସାୟିକ ଶତ୍ରୁତା ଯୋଗୁଁ ଘଟିଥିବାର ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବିକ୍ରମପୁର ପୁଲିସ ପହଞ୍ଚି ଛାନଭିନ୍ ଚଳାଇ