28.9 C
Bhubaneswar
Wednesday, April 17, 2024
Homeଓଡିଶାତାଳଦଣ୍ଡା କେନାଲର ପ୍ରଶସ୍ତ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ତାଳଦଣ୍ଡା କେନାଲର ପ୍ରଶସ୍ତ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ସହରର ନବକଳେବର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ତାଳଦଣ୍ଡା କେନାଲ ନୂଆ ରାସ୍ତା ଆଜି ଲୋକାର୍ପିତ ହୋଇଛି । ତାଳଦଣ୍ଡା କେନାଲର ପ୍ରଶସ୍ତ ରାସ୍ତାକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ମାର୍ଚ୍ଚ ୫ରେ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନବୀନ । ଭର୍ଚୁଆଲ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି । ଯୋବ୍ରା ଠାରୁ ରାଣୀହାଟ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତ ହୋଇଛି । ସେ କହିଛନ୍ତି ଯେ, ୩ ଲେନ ବିଶିଷ୍ଟ ରାସ୍ତାରେ ୫ ଟି ପାର୍କିଙ୍ଗ ସ୍ଥଳ ତିଆରି ହୋଇଛି । କଟକ ବଡ ଡାକ୍ତରଖାନା ଭଲ ଚିକିତ୍ସା ପାଇଁ ରାଜ୍ୟ ବାହାରେ ବି ପରିଚିତ । କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜନସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କଟକ ସହରର ମୁଖ୍ୟ ସମସ୍ୟା ହେଉଛି କମ୍ ଜାଗା, ଯାହାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking